ଭୁବନେଶ୍ୱର, (କେପିଏନ୍ଏସ୍) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୨୨୬୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୩୧୪ ଜଣ କ୍ୱାରେନ୍ଟାଇନ୍ରୁ ଏବଂ ୯୫୩ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି । ଜିଲ୍ଲା ଅନୁସାରେ ଅନୁଗୁଳରୁ ୪୮, ବାଲେଶ୍ୱରରୁ ୬୭, ବରଗଡ଼ରୁ ୧୨୦, ଭଦ୍ରକରୁ ୨୮, ବଲାଙ୍ଗିରରୁ ୯୩, କଟକରୁ ୧୧୭, ଦେବଗଡ଼ରୁ ୧୨, ଢେ଼ଙ୍କାନାଳରୁ ୫, ଗଜପତିରୁ ୩୧, ଗଂଜାମରୁ ୭୦, ଜଗତସିଂହପୁରରୁ ୩୫, ଯାଜପୁରରୁ ୫୨, ଝାରସୁଗୁଡ଼ାରୁ ୫୫, କଳାହାଣ୍ଡିରୁ ୩୪, କନ୍ଧମାଳରୁ ୧୨, କେନ୍ଦ୍ରାପଡ଼ାରୁ ୧୨, କେଉଁଝରରୁ ୫୫, ଖୋର୍ଦ୍ଧାରୁ ୩୪୮, କୋରାପୁଟରୁ ୧୨, ମାଲକାନଗିରରୁ ୨, ମୟୁରଭଂଜରୁ ୬୦, ନବରଂଗପୁରରୁ ୧୦୪, ନୟାଗଡ଼ରୁ ୧୯, ନୂଆପଡ଼ାରୁ ୧୦୪, ପୁରୀରୁ ୭୦, ରାୟଗଡ଼ାରୁ ୨୭, ସମ୍ବଲପୁରରୁ ୧୨୦, ସୋନପୁରରୁ ୧୬, ସୁନ୍ଦରଗଡ଼ରୁ ୪୫୮ ଓ ଷ୍ଟେଟ ପୁଲ୍ରୁ ୮୧ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ସମୁଦାୟ ୩୫୫୩୫୩ ଜଣ ସଂକ୍ରମିତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩୪୧୧୨୩ ଜଣ ସୁସ୍ଥ ହୋଇ ସାରିଛନ୍ତି । ରାଜ୍ୟରେ ଏବେ ଏକ୍ଟିଭ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨୨୪୪ ରହିଛି ।
Next Post