ବଲାଙ୍ଗିର ଜିଲ୍ଲାରେ ଅଜି ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୨୬

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆଜି ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୬ ରହିଛି । ଆଗଲପୁର ବ୍ଲକ୍‌ ନଅଗାଁ-ଏ ଗ୍ରା.ପ.ରୁ ୧, ବଲାଂଗିର ବ୍ଲକ୍‌ ମାଧିଆପାଲି ଗ୍ରା.ପ.ରୁ ୨ ଓ ବଲାଙ୍ଗିର ମ୍ୟୁନିସିପାଲିଟି ୱାର୍ଡ ନଂ.୧୭ରୁ ଜଣେ ସଂକ୍ରମିତ ହୋଇଛନ୍ତି । ବଙ୍ଗୋମୁଣ୍ଡା ବ୍ଲକ୍‌ ସିନ୍ଧେକେଲା ଗ୍ରା.ପ.ରୁ ୨ ଓ ମୁଣ୍ଡୋପଦର, ଅଲଣ୍ଡା, ଚାନ୍ଦୋତରା ଓ ଝରିଆଲ ଗ୍ରା.ପ.ରୁ ଜଣେ ଲେଖାଏଁ, ବେଲପଡ଼ା ବ୍ଲକ୍‌ ସରମୁହାଣ,. ବେଲପଡ଼ା ଓ ତେନ୍ତୁଳିମୁଣ୍ଡା ଗ୍ରା.ପ.ରୁ ଜଣେ ଲେଖାଏଁ, ଦେଓଗାଁ ବ୍ଲକ୍‌ କୁତୁର୍ଲା ଗ୍ରା.ପ.ରୁ ଜଣେ, ଲୋଇସିଂହା ଗ୍ରା.ପ.ରୁ ଜଣେ, ପାଟଣାଗଫଡ଼ ଏନ୍‌ଏସି ୱାର୍ଡ ନଂ. ୮ ଓ ୯ରୁ ଜଣେ ଲେଖାଏଁ, ପୁଇଁନ୍ତଲା ବ୍ଲକ୍‌ ବହଲପଦର ଗ୍ରା.ପ.ରୁ ଜଣେ, ସଓଇଁନ୍ତଲା ବ୍ଲକ୍‌ ବେଲଗାଁ ଓ ଡୁଙ୍ଗୁରିପାଲି ଗ୍ରା.ପ.ରୁ ଜଣେ ଲେଖାଏଁ, ଟିଟିଲାଗଡ଼ ବ୍ଲକ୍‌ ବିଜେପୁର ଗ୍ରା.ପ.ରୁ ୨, ଟିଟିଲାଗଡ଼ ପୌରାଂଚଳ ୱାର୍ଡ ନଂ. ୮ରୁ ୨, ୧୨ରୁ ୧ ଓ ଟିଟିଲାଗଡ଼ ବ୍ଲକ୍‌ ଚଟୁଅନ୍‌କା ଗ୍ରା.ପ.ରୁ ଜଣେ ସଂକ୍ରମିତ ହୋଇଛନ୍ତି । ଏ;ବେ ଜିଲ୍ଲାରେ ମାତ୍ର ୪୮୧ ଜଣ ଆକ୍‌ଟିଭ୍‌ ସଂକ୍ରମିତ ଚିକିତ୍ସାଧୀନ ରହିଛନ୍ତି ।

Leave A Reply

Your email address will not be published.