oom

ବଲାଙ୍ଗିର ଜିଲ୍ଲାରେ କମିବାରେ ଲାଗିଛି ଏକ୍‌ଟିଭ୍‌ ଆକ୍ରାନ୍ତଙ୍କ ସଂଖ୍ୟା : ଆଜି ୬୪ ଜଣ ଆକ୍ରାନ୍ତ, ବଲାଙ୍ଗିର ପୌରାଂଚଳରେ ୯

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ କମିବାରେ ଲାଗିଛି ଏକ୍‌ଟିଭ୍‌ ଆକ୍ରାନ୍ତଙ୍କ ସଂଖ୍ୟା । ମାତ୍ର ୭୨୧ ଜଣ ଜିଲ୍ଲାରେ ଏକ୍‌ଟିଭ୍‌ ଆକ୍ରାନ୍ତ ରହିଛନ୍ତି । ଜିଲ୍ଲାରେ ଆଜି ୬୪ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବଲାଙ୍ଗିର ପୌରାଂଚଳରୁ ୯ ଜଣ ସାମିଲ୍‌ ହୋଇଥିବା ସରକାରୀ ରିପୋର୍ଟରେ କୁହାଯାଇଛି । ବଲାଙ୍ଗିର ପୌରାଂଚଳର ୱାର୍ଡ ନଂ.୪ରୁ ୧, ୭ରୁ ୩, ୧୫ରୁ ୧, ୧୮ରୁ ୧ ଏବଂ ୨୦ରୁ ୩ ଜଣ ସଂକ୍ରମିତ ହୋଇଛନ୍ତି । ଆଗଲପୁର ବ୍ଲକ୍‌ ମୁର୍‌ସୁଣ୍ଡି ଗ୍ରା.ପ.ରୁ ୧, ବଲାଙ୍ଗିର ବ୍ଲକ୍‌ ଖୁଜେନ୍‌ପାଲି ଗ୍ରା.ପ.ରୁ ୨, ଭୁତିଆର୍‌ବାହାଲ ଗ୍ରା.ପ.ରୁ ୨, ବେଲପଡ଼ା ବ୍ଲକ୍‌ ବେଲପଡ଼ା ଗ୍ରା.ପ.ରୁ ୨, ପାଣ୍ଡ୍ରିଜୋର୍‌ ଗ୍ରା.ପ.ରୁ ୧, ଦେଓଗାଁ ବ୍ଲକ୍‌ ଉଡ଼ାର ଗ୍ରା.ପ.ରୁ ୧, ମକୁନ୍ଦପୁର ଗ୍ରା.ପ.ରୁ ୧, ଅର୍ଜୁନପୁର ଗ୍ରା.ପ.ରୁ ୧, ଗୁଡ଼ଭେଲା ବ୍ଲକ୍‌ ସମରା ଗ୍ରା.ପ.ରୁ ୧, କଂଟାବାଂଜି ଏନ୍‌ଏସି ୱାର୍ଡ ନଂ.୨ରୁ ୧, ୧୧ରୁ ୧, ଖପ୍ରାଖୋଲ ବ୍ଲକ୍‌ ଖପ୍ରାଖୋଲ ଗ୍ରା.ପ.ରୁ ୩, ମାଲପଡ଼ା ଗ୍ରା.ପ.ରୁ ୨, ଲାଠୋର ଗ୍ରା.ପ.ରୁ , ଲୋଇସିଂହା ବ୍ଲକ୍‌ ବାଦିବାହାଲ ଗ୍ରା.ପ.ରୁ ୪, ପାଟଣାଗଡ଼ ବ୍ଲକ୍‌ ଗଙ୍ଗାସାଗର ଗ୍ରା.ପ.ରୁ ୧, ବନେଇମୁଣ୍ଡା ଗ୍ରା.ପ.ରୁ ୧, ପାଟଣାଗଡ଼ ଏନ୍‌ଏସି ୱାର୍ଡ ନଂ. ୫ରୁ ୧ ଓ ୯ରୁ ୧, ପୁଇଁନ୍ତଲା ବ୍ଲକ ପଥର୍ଲା ଗ୍ରା.ପ.ରୁ ୨, ଛତାପିପଲ ଗ୍ରା.ପ.ରୁ ୧, ସଇଁନ୍ତଲା ବ୍ଲକ୍‌ କନ୍ଧକେଲ୍‌ଗାଁ ଗ୍ରା.ପ.ରୁ ୧, ବେଲଗାଁ ଗ୍ରା.ପ.ରୁ ୧, ଭଦ୍ରା ଗ୍ରା.ପ.ରୁ ୧ ଓ ଗଣ୍ଡପତ୍ରାପାଲି ଗ୍ରା.ପ.ରୁ ୪, ଟିଟିଲାଗଡ଼ ବ୍ଲକ୍‌ ପରାସରା ଗ୍ରା.ପ.ରୁ ୨, ଟିଟିଲାଗଡ଼ ମ୍ୟୁନିସିପାଲିଟି ୱାର୍ଡ ନଂ. ୪ରୁ ୧, ୮ରୁ ୨, ୧୪ରୁ ୧, ତୁରେକେଲା ବ୍ଲକ୍‌ ତୁରେକେଲା ଗ୍ରା.ପ.ରୁ ୧, ଚଉଲଶୁଖା ଗ୍ରା.ପ.ରୁ . ବଡ଼ଡୁକ୍‌ଲା ଗ୍ରା.ପ.ରୁ ୧ ଜଣ ଆକ୍ରାନ୍ତ ହୋଇଛନ୍ତି । ତେବେ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୬୦୭୬କୁ ପହଂଚିଥିବା ବେଳେ ସେମାନଙ୍କ ମଧ୍ୟରୁ ସୁସ୍ଥ ହୋଇଛନ୍ତି ୫୩୨୫ ଜଣ ।

jittmm
Leave A Reply

Your email address will not be published.