jsm

ବଲାଙ୍ଗିର ଜିଲ୍ଲାରେ ତିନି ଅଙ୍କକୁ ଛୁଇଁଲା ଦିନକର ସଂକ୍ରମଣ ସଂଖ୍ୟା : ୧୧୦ ନୂଆ ଆକ୍ରାନ୍ତ ଚିହ୍ନଟ

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଢ଼ୁଛି କରୋନା ସଂକ୍ରମଣ । ବଲାଙ୍ଗିର ଜିଲ୍ଲାରେ ତିନି ଅଙ୍କକୁ ଛୁଇଁଛି ଦିନକର ସଂକ୍ରମଣ ସଂଖ୍ୟା । ଆଜି ୧୧୦ ଜଣ ନୂଆ ଆକ୍ରାନ୍ତ ଜିଲ୍ଲାରେ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି । ବଲାଙ୍ଗିର ମ୍ୟୁନିସିପାଲିଟି ୱାର୍ଡ ନଂ. ୧୦ରୁ ୩, ୧୫ରୁ ୪, ୧୮ରୁ ୨, ୫ରୁ ୨ ଏବଂ ୧, ୨, ୪, ୬,୧୧, ୨୦ ଓ ୨୧ରୁ ଜଣେ ଲେଖାଏଁ ସଂକ୍ରମିତ ହୋଇଛନ୍ତି । ଆଗଲପୁର ବ୍ଲକ ବଡ଼ଟୀକା ଗ୍ରା.ପ.ରୁ ଜଣେ, ବଲାଙ୍ଗିର ବ୍ଲକ ସାହାଜବାହାଲ, ଚୁଡ଼ାପାଲି ଏବଂ ତୁଷୁରାବାହାଲ ଗ୍ରା.ପ.ରୁ ଜଣେ ଲେଖାଏଁ, ବଙ୍ଗୋମୁଣ୍ଡା ବ୍ଲକ ବଙ୍ଗୋମୁଣ୍ଡା ଗ୍ରା.ପ.ରୁ ଜଣେ, ବେଲପଡ଼ା ବ୍ଲକ ଘାଗୁର୍ଲି ଗ୍ରା.ପ.ରୁ ୧୧ ଜଣ, ବେଲପଡ଼ା ଗ୍ରା.ପ.ରୁ ୨ ଜଣ ଏବଂ ବାହାବଲ, ବେହେରାମୁଣ୍ଡା, କାନୁଟ, କପାଣି, ନୁନହାଡ଼ ଓ ପଲ୍ଲୀମାଲ ଗ୍ରା.ପ.ରୁ ଜଣେ ଲେଖାଏଁ, ଦେଓଗାଁ ବ୍ଲକ ଦେଓଗାଁ ଓ ମୁଁଡ଼ାପଥର ଗ୍ରା.ପ.ରୁ ଜଣେ ଲେଖାଏଁ, ଗୁଡ଼ଭେଲା ବ୍ଲକ ବୀରମୁଣ୍ଡା ଗ୍ରା.ପ.ରୁ ଜଣେ ସଂକ୍ରମିତ ହୋଇଛନ୍ତି । ସେହିପରି କଂଟାବାଂଜି ଏନ୍‌ଏସି ୱାର୍ଡ ନଂ.୧୪ରୁ ଜଣେ, ୧୫ରୁ ଜଣେ, ୩ରୁ ୧, ୫ରୁ ୨, ୮ରୁ ୩, ୯ରୁ ଜଣେ, ଖପ୍ରାଖୋଲ ବ୍ଲକ ଲାଠୋର ଓ ଦମେଇପାଲି ଗ୍ରା.ପ.ରୁ ଜଣେ ଲେଖାଏଁ, ଲୋଇସିଂହା ବ୍ଲକ ଲୋଇସିଂହା ଗ୍ରା.ପ.ରୁ ଜଣେ, ମୁରିବାହାଲ ବ୍ଲକ ଲେବଡ଼ା ଗ୍ରା.ପ.ରୁ ୨ ଜଣ, ଲଖନା ଓ ହଲଦି ଗ୍ରା.ପ.ରୁ ଜଣେ ଲେଖାଏଁ, ପାଟଣାଗଡ଼ ବ୍ଲକ ବନେଇମୁଣ୍ଡା ଗ୍ରା.ପ.ରୁ ଜଣେ, ଭଇଁଷା ଗ୍ରା.ପ.ରୁ ୨ ଜଣ, ଧୁବଲପଡ଼ା ଗ୍ରା.ପ.ରୁ ଜଣେ, ଯୋଗୀମୁଣ୍ଡା ଗ୍ରା.ପ.ରୁ ୩ ଜଣ, କେନ୍ଦୁମୁଣ୍ଡି ଗ୍ରା.ପ.ରୁ ଜଣେ, ମରୁଆଁ ଗ୍ରା.ପ.ରୁ ଜଣେ, ପଣ୍ଡାମୁଣ୍ଡା ଗ୍ରା.ପ.ରୁ ଜଣେ ଓ ବରପଦର ଗ୍ରା.ପ.ରୁ ଜଣେ ସଂକ୍ରମିତ ହୋଇଛନ୍ତି । ପାଟଣାଗଡ଼ ଏନ୍‌ଏସି ୱାର୍ଡ ନଂ.୧ରୁ ୧, ୧୪ରୁ ୨, ୧୫ରୁ ୨, ୨ରୁ ୧, ୩ରୁ ୨, ୪ରୁ ୧, ୫ରୁ ୧, ୭ରୁ ୩, ୮ରୁ ୧ ଓ ୯ରୁ ୨, ପୁଇଁନ୍ତଲା ବ୍ଲକ ପୁଇଁନ୍ତଲା ଗ୍ରା.ପ.ରୁ ଜଣେ, ସଇଁନ୍ତଲା ବ୍ଲକ କାଂସବାହାଲ ଗ୍ରା.ପ.ରୁ ଜଣେ, ଟିଟିଲାଗଡ଼ ବ୍ଳକ ବାଂଜିପଦର ଗ୍ରା.ପ.ରୁ ୧, ଘୋଡ଼ାର ଗ୍ରା.ପ.ରୁ ୧, ଜଗୁଆ ଗ୍ରା.ପ.ରୁ ୨, ଖୋଲାନ ଗ୍ରା.ପ.ରୁ ୩, ମନିଗାଁ ଗ୍ରା.ପ.ରୁ ଜଣେ, ନରେନ ଗ୍ରା.ପ.ରୁ ଜଣେ, ପରାସରା ଗ୍ରା.ପ.ରୁ ଜଣେ ଆକ୍ରାନ୍ତ ହୋଇଛନ୍ତି । ଟିଟିଲାଗଡ଼ ମ୍ୟୁନିସିପାଲିଟି ୱାର୍ଡ ନଂ.୧ରୁ ୧, ୩ରୁ ୨, ୬ରୁ ୩ ଜଣ, ତୁରେକେଲା ବ୍ଲକ ବଡ଼ବାଙ୍କି ଗ୍ରା.ପ.ରୁ ୩ ଜଣ, କୁଇବାହାଲ ଗ୍ରା.ପ.ରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏବେ ଜିଲ୍ଲାରେ ଏକ୍‌ଟିଭ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୩୫ରେ ପହଂଚିଛି ।

yuvodaya
Leave A Reply

Your email address will not be published.