ଭୁବନେଶ୍ୱର, (କେପିଏନ୍ଏସ୍) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୪୭୦ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ୦ରୁ ୧୮ ବର୍ଷ ବୟସ ମଧ୍ୟରେ ୪୯ ଜଣ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୨୪୮୭ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୨୭୬ ଜଣ କ୍ୱାରେନ୍ଟାଇନ୍ରୁ ଏବଂ ୧୯୪ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଜିଲ୍ଲା ଅନୁସାରେ ବାଲେଶ୍ୱରରୁ ୯, ଭଦ୍ରକରୁ ୧, କଟକରୁ ୯୪, ଗଜପତିରୁ ୧, ଗଞ୍ଜାମରୁ ୪, ଜଗତସିଂହପୁରରୁ ୭, ଯାଜପୁରରୁ ୪, ଝାରସୁଗୁଡାରୁ ୧, କେନ୍ଦ୍ରାପଡାରୁ ୨, କେନ୍ଦୁଝରରୁ ୩, ଖୋର୍ଦ୍ଧାରୁ ୨୨୧, ମୟୁରଭଞ୍ଜରୁ ୭, ନୟାଗଡରୁ ୪, ନୂଆପଡାରୁ ୫, ପୁରୀରୁ ୧୭, ରାୟଗଡାରୁ ୧, ସମ୍ବଲପୁରରୁ ୮, ସୋନପୁରରୁ ୪, ସୁନ୍ଦରଗଡରୁ ୨୪, ଷ୍ଟେଟପୁଲରୁ ୫୨ ଜଣ ଚିହ୍ନଟ ହୋଇଛନ୍ତି ।