csstore

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୭୩୯ ନୂଆ ଆକ୍ରାନ୍ତ ଚିହ୍ନଟ, ବଲାଙ୍ଗିର ଜିଲ୍ଲାରୁ ୧୭

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୭୩୯ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ୦ରୁ ୧୮ ବର୍ଷ ବୟସ ମଧ୍ୟରେ ୯୫ ଜଣ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୭୪୦୦ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୪୩୨ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୩୦୭ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଜିଲ୍ଲା ଅନୁସାରେ ଅନୁଗୁଳରୁ ୨, ବାଲେଶ୍ୱରରୁ ୮, ବରଗଡରୁ ୨୦, ଭଦ୍ରକରୁ ୩, ବଲାଙ୍ଗିରରୁ ୧୭, ବୌଦ୍ଧରୁ ୯, କଟକରୁ ୩୪, ଦେବଗଡରୁ ୨, ଢେଙ୍କାନାଳରୁ ୩, ଗଜପତିରୁ ୭, ଗଞ୍ଜାମରୁ ୨, ଜଗତସିଂହପୁରରୁ ୪, ଯାଜପୁରରୁ ୪, ଝାରସୁଗୁଡାରୁ ୧୮, କଳାହାଣ୍ଡିରୁ ୧୦, କନ୍ଧମାଳରୁ ୧୧, କେନ୍ଦ୍ରାପଡାରୁ ୫, କେନ୍ଦୁଝରରୁ ୧୨, ଖୋର୍ଦ୍ଧାରୁ ୨୩୮, କୋରାପୁଟରୁ ୧୨, ମୟୁରଭଞ୍ଜରୁ ୮୪, ନବରଙ୍ଗପୁରରୁ ୪, ନୟାଗଡରୁ ୨୨, ନୂଆପଡାରୁ ୮, ପୁରୀରୁ ୧୧, ରାୟଗଡାରୁ ୧୫, ସମ୍ବଲପୁରରୁ ୧୧୩, ସୋନପୁରରୁ ୧୫, ସୁନ୍ଦରଗଡରୁ ୧୧୪, ଷ୍ଟେଟପୁଲରୁ ୩୨ ଜଣ ଚିହ୍ନଟ ହୋଇଛନ୍ତି ।

jayashree
Leave A Reply

Your email address will not be published.