csstore

ରାଜ୍ୟରେ କୋଭିଡ଼ ସଂକ୍ରମଣ : ଗତ ୨୪ ଘଂଟାରେ ୧୬୧୫ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୧୬୧୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ହ୍ରାସ ପାଇ ୧୭୨୬୨କୁ ଖସିଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୯୩୭ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୬୭୮ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଜିଲ୍ଲା ଅନୁସାରେ ଅନୁଗୁଳରୁ ୭୨, ବାଲେଶ୍ୱରରୁ ୯୮, ବରଗଡ଼ରୁ ୫, ଭଦ୍ରକରୁ ୬୦, ବଲାଙ୍ଗିରରୁ ୭, ବୌଦ୍ଧରୁ ୧୧, କଟକରୁ ୨୨୯, ଦେବଗଡ଼ରୁ ୯, ଢେ଼ଙ୍କାନାଳରୁ ୩୦, ଗଜପତିରୁ ୨, ଗଂଜାମରୁ ୭, ଜଗତସିଂହପୁରରୁ ୯୬, ଯାଜପୁରରୁ ୭୦, ଝାରସୁଗୁଡ଼ାରୁ ୧୦, କଳାହାଣ୍ଡିରୁ ୨, କନ୍ଧମାଳରୁ ୧୪, କେନ୍ଦ୍ରାପଡ଼ାରୁ ୪୦, କେଉଁଝରରୁ ୧୫, ଖୋର୍ଦ୍ଧାରୁ ୪୪୨, କୋରାପୁଟରୁ ୪, ମାଲକାନଗିରିରୁ ୪, ମୟୁରଭଂଜରୁ ୪୮, ନବରଂଗପୁରରୁ ୧୨, ନୟାଗଡ଼ରୁ ୪୨, ପୁରୀରୁ ୧୨୩, ରାୟଗଡ଼ାରୁ ୯, ସମ୍ବଲପୁରରୁ ୧୬, ସୋନପୁରରୁ ୯, ସୁନ୍ଦରଗଡ଼ରୁ ୩୦ ଓ ଷ୍ଟେଟ ପୁଲ୍‌ରୁ ୯୪ ଚିହ୍ନଟ ହୋଇଛନ୍ତି ।

jayashree
Leave A Reply

Your email address will not be published.