୬ ହଜାର ତଳକୁ ଖସିଲା ଏକ୍‌ଟିଭ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା : ରାଜ୍ୟରେ ଆଜି ୫୧୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ହଜାର ତଳକୁ ଖସିଛି ଏକ୍‌ଟିଭ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ସମୁଦାୟ ୩୧୮୩୦୭ ଜଣ କରୋନା ଆକ୍ରାନ୍ତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩୧୦୫୪୯ ଜଣ ସୁସ୍ଥ ହୋଇ ସାରିଛନ୍ତି ଏବଂ ୫୯୭୧ ଜଣ ଏକ୍‌ଟିଭ୍‌ ସଂକ୍ରମିତ ଚିକିତ୍ସାଧୀନ ରହିଛନ୍ତି । ଆଜି ୫୧୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨୯୭ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୨୨୧ ଜଣ ଅଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି । ଜିଲ୍ଲା ଅନୁସାରେ ଅନୁଗୁଳରୁ ୩୬, ବାଲେଶ୍ୱରରୁ ୨୬, ବରଗଡ଼ରୁ ୨୪, ଭଦ୍ରକରୁ ୬, ବଲାଙ୍ଗିରରୁ ୩୭, କଟକରୁ ୪୫, ଦେବଗଡ଼ରୁ ୧, ଢେଙ୍କାନାଳରୁ ୮, ଗଂଜାମରୁ ୧୦, ଜଗତ୍‌ସିଂହପୁରରୁ ୧୬, ଯାଜପୁରରୁ ୧୮, ଝାରସୁଗୁଡ଼ାରୁ ୧୬, କଳାହାଣ୍ଡିରୁ ୬, କନ୍ଧମାଳରୁ ୪, କେନ୍ଦ୍ରାପଡ଼ାରୁ ୧୭, କେଉଁଝରରୁ ୨୫, ଖୋର୍ଦ୍ଧାରୁ ୪୦, ମାଲକାନଗିରିରୁ ୪, କୋରାପୁଟରୁ ୯, ମୟୁରଭଂଜରୁ ୪୯, ନବରଙ୍ଗପୁରରୁ ୧, ନୂଆପଡ଼ାରୁ ୨୩, ପୁରୀରୁ ୧୫, ରାୟଗଡ଼ାରୁ ୧, ସମ୍ବଲପୁରରୁ ୧୭, ସୋନପୁରରୁ ୪, ସୁନ୍ଦରଗଡ଼ରୁ ୫୨ ଓ ଷ୍ଟେଟ ପୁଲ୍‌ରୁ ୮ ଚିହ୍ନଟ ହୋଇଛନ୍ତି ।

Leave A Reply

Your email address will not be published.