jsm

ଓଡିଶା ଗୋଷ୍ଠୀ ସହାୟିକା ସଂଘର ପୁଇଁନ୍ତଲା ବ୍ଲକ କମିଟି ଗଠନ

csstore

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମଳମୁଣ୍ଡା ସ୍ଥିତ କଲ୍ୟାଣ ମଣ୍ଡପଠାରେ ବଲାଙ୍ଗିର ଜିଲ୍ଲା ଏଆଇଟିୟୁସି ନେତୃତ୍ୱରେ ପୁଇଁନ୍ତଲା ବ୍ଲକ ଗୋଷ୍ଠୀ ସହାୟିକା ସଂଘର, ବଲାଙ୍ଗିର ଜିଲ୍ଲା କମିଟି ସଂପାଦିକା ସାଥୀ ଲକି ହୋତାଙ୍କ ସଭାପତିତ୍ୱରେ ଏବଂ ସାଥୀ ସଭ୍ୟା ତନ୍ତିଙ୍କ ସଂଯୋଜନାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ ମୁଖ୍ୟ ଅତିଥି ଏଆଇଟିୟୁସି ଜିଲ୍ଲା ସଭାପତି ସାଥୀ ବିଭୁଦତ୍ତ ମିଶ୍ର, ସମ୍ମାନିତ ଅତିଥି ଭାବେ ଏଆଇଟିୟୁସି ଜିଲ୍ଲା ଉପସଭାପତି ସାଥୀ ତିର୍ଥ ପ୍ରଧାନ, ଉପଦେଷ୍ଟା ଦୁର୍ଯ୍ୟୋଧନ ବିଶ୍ୱାଲ, ଜ୍ୟୋତିଷ ହୋତା, ମହେଶ୍ୱର ତ୍ରିପାଠି, ଜିଲ୍ଲା କୋଷାଧ୍ୟକ୍ଷା ସାଥୀ ପାର୍ବତୀ ତ୍ରିପାଠି ପ୍ରମୁଖ ଯୋଗଦେଇ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରି ସଂଗଠନକୁ ଆହୁରି ମଜବୁତ କରିବାକୁ ଆହ୍ୱାନ ଦେଇଥିଲେ । ଗୋଷ୍ଠୀ ସହାୟିକା ସଂଘର ପୁଇଁନ୍ତଲା ବ୍ଲକ କମିଟି ଗଠନ କରାଯାଇ, ସଭାପତି ଭାବେ ସାଥୀ ସକୁନ୍ତଳା ହରପାଲ, ସଂପାଦିକା ଆନନ୍ଦିନୀ ତାଣ୍ଡି, ଉପ-ସଭାପତି ପଦ୍ମାସିନୀ ପଣ୍ଡା, ସହ-ସଂପାଦିକା ସଭ୍ୟା ତନ୍ତି ଏବଂ କୋଷାଧ୍ୟକ୍ଷା ରୂପେ ସାଥୀ ସଂଯୁକ୍ତା ପଟେଲଙ୍କୁ ସର୍ବସମ୍ମତିକ୍ରମେ ମନୋନୀତ କରାଗଲା । କର୍ମ କ୍ଷେତ୍ରରେ ପ୍ରତ୍ୟେକ ମାସରେ ନିୟମିତ ପ୍ରୋତ୍ସାହନ ରାଶି ପାଇ ପାରୁନଥିବା ସମ୍ବନ୍ଧେ ସଭାରେ ଆଲୋଚନା କରାଯାଇ ତିବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ସାଥୀ ଭାନୁମତି ପଟେଲ, ସୁଭଦ୍ରା ନନ୍ଦ, ସୁଜାତା ପୁଟେଲ, ମିତାଞ୍ଜଳି ପଟେଲ, ରୀନା ମହାକୁର, ଗୀତା ଜାଲ, ଅନୁସୟା ସାହୁ, ହରବତି କୁମ୍ଭାର, ରମଣି କୁଶଲ, ସଚଲା ମହଲା, ପଦ୍ମିନୀ ମହାକୁର, ଜଗିତା ଝାଙ୍କର, ଭୂମିସୁତା ନାଗ ପ୍ରମୁଖ ଯୋଗଦେଇ ଆଗାମୀ ଦିନରେ ସଂଗଠନକୁ ଅଧିକ ଶକ୍ତିଶାଳୀ କରିବା ପାଇଁ ମତବ୍ୟକ୍ତ କରିଥିଲେ । ଶେଷରେ ସାଥୀ ସକୁନ୍ତଳା ହରପାଲ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରି ସଭା ସାଙ୍ଗ ଘୋଷଣା କରିଥିଲେ ।

yuvodaya
Leave A Reply

Your email address will not be published.