pakka

ଆନ୍ତଃଜିଲ୍ଲା ମୋବାଇଲ ଟାୱାର ତାର ଚୋରି ଗ୍ୟାଙ୍ଗ ଧରାପଡିଲେ

bbehera

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଅତାବିରା ପୋଲିସ ହାତରେ ଆନ୍ତଃଜିଲ୍ଲା ମୋବାଇଲ ଟାୱାର କେବୁଲ ତାର ଚୋର ଗ୍ୟାଙ୍ଗ ଧରାପଡ଼ିଥିବା ଜଣାପଡିଛି । ସମ୍ବଲପୁର ଓ ବରଗଡ଼ ଜିଲ୍ଲାରେ ଏହି ଗ୍ୟାଙ୍ଗ ବିଭିନ୍ନ ମୋବାଇଲ ଟାୱାରରୁ ଲକ୍ଷ ଲକ୍ଷ ଟଙ୍କାର ତମ୍ବା ତାର ଚୋରି କରିଥିଲେ । ସୂଚନା ଅନୁସାରେ ଗତ ଦିନରେ ଅତାବିରା ପୋଲିସଠାରେ ଏୟାରଟେଲ ଟାୱାରରୁ କେବୁଲ ତାର ଚୋରି ହୋଇଥିବା ଅଭିଯୋଗ ହୋଇଥିଲା । ଅତାବିରା ପୋଲିସ ପକ୍ଷରୁ ଏହାର ତଦନ୍ତ ଆରମ୍ଭ କରାଯାଇ ୬ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଥିଲେ । ଅଭିଯୁକ୍ତମାନେ ହେଲେ ସମ୍ବଲପୁର ଜିଲ୍ଲାର ଶିବରାମ ପ୍ରଧାନ, ସୁରଜ ମେହେର, ଟିକିନା ସାହୁ, ମାନସ ଠେଲା, ହେମନ୍ତ ଖରସେଲ, ଏମଡି ଆରବାଜ । ଅଭିଯୁକ୍ତମାନେ ଚୋରି ସାମଗ୍ରୀକୁ ଅଭିଯୁକ୍ତ ସ୍କ୍ରାପ ବ୍ୟବସାୟୀ ଏମଡି ଆରବାଜ ପାଖରେ ବିକ୍ରି କରୁଥିଲେ । ପୋଲିସ ତାଙ୍କ ଦ୍ୱାରା ବ୍ୟବହୃତ ଏକ କାର୍‌ ସହିତ କେବୁଲ ତାର ଚୋରି କରିବାର ଯନ୍ତ୍ର ପାତି ଆଦି ସାମଗ୍ରୀ ଜବତ କରିଛନ୍ତି । ଅଭିଯୁକ୍ତ ଶିବରାମ ପଧାନଙ୍କ ନାମରେ ହୀରାକୁଦ ଓ ଅଇଁଠାପାଲି ଥାନାରେ ୪ଟି ଅପରାଧିକ ମାମଲା ରହିଥିବା ବେଳେ ଅଭିଯୁକ୍ତ ସୁରଜ ମେହେରଙ୍କ ନାମରେ ହୀରାକୁଦ ଓ ବୁର୍ଲା ଥାନାରେ ଦଶଟି ଅପରାଧିକ ମାମଲା ରହିଛି ବୋଲି ଅତାବିରା ଥାନାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବରଗଡ଼ ଅତିରିକ୍ତ ଏସ୍‌ପି ପ୍ରଦ୍ୟୁମ୍ନ କୁମାର ମିଶ୍ର ସୂଚନା ଦେଇଥିଲେ ।

jay balangir
Leave A Reply

Your email address will not be published.

4 × 4 =

error: Content is protected !!