ବନ୍ୟାରେ ଡେଲାଙ୍ଗ-କଣାସ ରାସ୍ତା ପାଲଟିଛି ମରଣଯନ୍ତା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗରୁ କଣାସକୁ ସଂଯୋଗ କରୁଥିବା ମୁଖ୍ୟରାସ୍ତା ଉପରୁ ବନ୍ୟାଜଳ କମିଯାଇଥିଲେ ମଧ୍ୟ ରାସ୍ତାସାରା ବଡ଼ ବଡ଼ ଖାଲ ସୃଷ୍ଟି ହେବା ସହ ଅନେକ ସ୍ଥାନରେ ରାସ୍ତାପାର୍ଶ୍ଵ ଧୋଇଯାଇଛି । ବିଶେଷ କରି ବଡ଼ ଆଂକୁଲା ଛକଠାରୁ କଲ୍ୟାଣପୁର ବଜାର ପର୍ଯ୍ୟନ୍ତ ରାସ୍ତା ପାଲଟିଛି ମରଣଯନ୍ତା । ୫ଦିନ ପରେ ରାସ୍ତା ଉପରୁ ବନ୍ୟା ଜଳ କମି ଯିବାରୁ ଆଜି ଲୋକେ ଯାତାୟାତ ଆରମ୍ଭ କରିଛନ୍ତି । ଅନେକ ଲୋକ ଆଜି ସେହି ରାସ୍ତାରେ ଗଲାବେଳେ ଖାଲ ଖମାରେ ପଡି ଆହତ ହୋଇଥିବା ଖବର ମିଳିଛି । ବିଭାଗୀୟ କର୍ତ୍ତୁପକ୍ଷ ଏଥିପ୍ରତି ଦୃଷ୍ଟି ଦେବା ସହ ତୁରନ୍ତ ପ୍ରତିକାର ବ୍ୟବସ୍ଥା କରିବା ପାଇଁ ଅଞ୍ଚଳବାସୀ ଦାବୀ ଜଣାଇଛନ୍ତି ।

Leave A Reply

Your email address will not be published.

14 + sixteen =