jsm

ବେଆଇନ ବାଲି ଚୋରା ଚାଲାଣ : ୪୫ ହଜାର ଟଙ୍କା ଜରିମାନା

csstore

ଖପ୍ରାଖୋଲ, (ଅଶୋକ ବାଗ) : ଖପ୍ରାଖୋଲ ବ୍ଲକ ବେନ୍ଦେର ପଞ୍ଚାୟତ ଅନ୍ତର୍ଗତ ଭାଲୁଚୁଆଁଠାରେ ବେଆଇନ ଭାବେ ବାଲି ଚୋରା ଚାଲାଣ ହେଉଥିବା ବେଳେ ଖପ୍ରାଖୋଲ ତହସିଲଦାରଙ୍କ ତରଫରୁ ଚଢଉ କରାଯାଇ ତିନୋଟି ଟ୍ରାକ୍ଟର ଜବତ କରାଯାଇଛି । ଖପ୍ରାଖୋଲ ବ୍ଲକ ଅଞ୍ଚଳରେ ବେଆଇନ ବାଲି ଚୋରା ଚାଲାଣକୁ ନେଇ ବାରମ୍ବାର ଅଭିଯୋଗ ହେଉଥିବା ବେଳେ ଗତକାଲି କୌଣସି ସୂତ୍ରରୁ ଖବର ପାଇ ଖପ୍ରାଖୋଲ ତହସିଲଦାର ଆଦିତ୍ୟ ପ୍ରସାଦ ମିଶ୍ରଙ୍କ ନେତୃତ୍ୱରେ ଲାଠୋର ଆରଆଇ ଇନ୍ଦ୍ରଦ୍ୟୁମ୍ନ ନାଏକ ତାଙ୍କ ଟିମ୍‌ ସହ ଖପ୍ରାଖୋଲ ବ୍ଲକ ବେନ୍ଦେର ପଞ୍ଚାୟତ ଅନ୍ତର୍ଗତ ଭାଲୁଚୁଆଁ ଗ୍ରାମରେ ଥିବା ଗୋଟିଏ ନଦୀରୁ ବେଆଇନ ଭାବେ ବାଲି ଚୋରା ଚାଲାଣ କରୁଥିବା ବେଳେ ଚଢ଼ାଉ କରି ତିନୋଟି ଟ୍ରାକ୍ଟର ଜବତ କରିବା ସଙ୍ଗେ ୪୫ ହଜାର ଟଙ୍କା ଟ୍ରାକ୍ଟର ମାଲିକଙ୍କ ଠାରୁ ଜରିମାନା ଆଦୟ କରାଯାଇଛି । ପ୍ରତି ଦିନ ବେନ୍ଦେର ଅଞ୍ଚଳରୁ ବାଲି ଚୋରା ଚାଲାଣ ବୃଦ୍ଧି ପାଉଛି ଏବଂ ସରକାର ରାଜସ୍ୱ ହରାଉଛନ୍ତି ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି । ଏଣୁ ବାଲିଚୋରଙ୍କ ପ୍ରତି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବୀ ହୋଇଛି ।

yuvodaya
Leave A Reply

Your email address will not be published.