pakka

ସ୍କୁଲ ସାମନା ଓ ରାସ୍ତା ମରାମତି ପାଇଁ ପିଲାଏ ମୁଖ୍ୟମନ୍ତ୍ରୀଙ୍କୁ ଲେଖିଲେ ଚିଠି

bbehera

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପାଟଣାଗଡ ବ୍ଲକ ଅଧିନସ୍ଥ ତମିଆ ସରକାରୀ କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟର କୋମଳମତି ଛାତ୍ରଛାତ୍ରୀମାନେ ସ୍କୁଲ ସମ୍ମୁଖ ଅଂଚଳ ଓ ଗାଁ ରାସ୍ତା ମରାମତି ପାଇଁ ସ୍ଥାନୀୟ ପ୍ରଶାସନକୁ ବହୁବାର ଜଣାଇଥିଲେ ମଧ୍ୟ କିଛି କାମ ନ ହେବାରୁ ଶେଷରେ ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ ବ୍ୟକ୍ତିଗତ ସଚିବ ତଥା ୫ଟି ସଚିବ ଭି.କେ. ପାଣ୍ଡିଏନ ମାଧ୍ୟମରେ ଚିଠି ଲେଖିଛନ୍ତି । ଗାଁ ରାସ୍ତା ଖାଲ ଢିପ ଓ ପିଏଚ୍‌ଡି ପାଣି ସବୁବେଳେ ପଡୁଥିବାରୁ ପ୍ରାୟ ସବୁ ସ୍ଥାନରେ ପାଣି ଜମା ରହୁଛି । ପାଣି କାଦୁଆରେ ପିଲାମାନେ ସ୍କୁଲକୁ ପଢି ଆସୁଛନ୍ତି । ଗତକାଲି ସ୍ୱାଧୀନତା ଦିବସରେ ପିଲାମାନେ ନାହିଁ ନଥିବା ଅବସ୍ଥା ଦେଖାଦେଇଛି । ଛାତ୍ର ଛାତ୍ରୀଙ୍କ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଦିଆ କାମକୁ ପିତାମାତା, ବୁଦ୍ଧିଜୀବୀ ଗଭୀର ଆଶାବାଦୀ ରଖିଛନ୍ତି ଯେ, ପିଲାଙ୍କ କଥା ମୁଖ୍ୟମନ୍ତ୍ରୀ ଶୁଣିବେ ଓ ଗାଁ ରାସ୍ତା ଶୀଘ୍ର ମରାମତି ହେବ । ଛାତ୍ରଛାତ୍ରୀଙ୍କ ଏହି ମହତ କାମକୁ ଶିକ୍ଷକମାନେ ପ୍ରଶଂସା କରିଛନ୍ତି ।

jay balangir
Leave A Reply

Your email address will not be published.

twelve − 4 =

error: Content is protected !!