csstore

‘ନବୀନ’ କାର୍ଯ୍ୟାଳୟରେ ସ୍ୱାଧୀନତା ଦିବସ ପାଳିତ, ଆଲୋଚନାଚକ୍ର ଆୟୋଜିତ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ସ୍ଥାନୀୟ “ନବୀନ’ କାର୍ଯ୍ୟାଳୟରେ ୭୭ତମ ସ୍ୱାଧୀନତା ଦିବସ ମହାଆଡ଼ମ୍ବରରେ ପାଳିତ ହୋଇଯାଇଛି । କବି କୃଷ୍ଣଚନ୍ଦ୍ର ତ୍ରିପାଠୀ ମୁଖ୍ୟଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ନବୀନର ସମ୍ପାଦକ ରବି ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଆଲୋଚନାଚକ୍ରରେ ୭୭ ବର୍ଷରେ ଦେଶର ବିକାଶ ସମ୍ପର୍କରେ ଆଲୋଚନା କରାଯାଇଥିଲା । କବି ଡ. ଡମ୍ବରୁଧର ସାହୁ, ସମାଜସେବୀ ରାମକୃଷ୍ଣ ପାତ୍ର, ସାମାଜିକ କର୍ମୀ ଅବନୀ ଗୟା, ଅବସରପ୍ରାପ୍ତ ପ୍ରଫେସର ଜୟକୃଷ୍ଣ ଗୌଡ଼, କଂଗ୍ରେସ ନେତା ପଦ୍ମଚରଣ ସାହୁ, ଚାଷୀନେତା ମୀନକେତନ ଜେନା, ଗାନ୍ଧୀ ସ୍ୱାଇଁ, ଶିକ୍ଷାବିତ ଅଶୋକ ଦଳାଇ, ରବିନ୍ଦ୍ର ନାଥ ଆଚାର୍ଯ୍ୟ, ପ୍ରେମାନନ୍ଦ ପାଠୀ, ନବୀନର ପ୍ରକାଶିକା ମଞ୍ଜୁ ରଥ, ମାନସ ରଞ୍ଜନ ତ୍ରିପାଠୀ, ରଞ୍ଜନ କୁମାର ସାହୁ, କର୍ମଚାରୀ ନେତା ରବିନ୍ଦ୍ର ନାୟକ, ରୁଦ୍ରକାନ୍ତ ପଣ୍ଡା, ପ୍ରଶାନ୍ତ କୁମାର କର ପ୍ରମୁଖ ଅଂଶଗ୍ରହଣ କରି ସ୍ୱରଚିତ କବିତା ପାଠ କରିଥିଲେ ।

jayashree
Leave A Reply

Your email address will not be published.