csstore

ପିଡିଏସ୍‌ ଚାଉଳ ବଣ୍ଟନ ପାଇଁ ସବ୍‌ସେଣ୍ଟର୍ ସ୍ଥାନ ଚିହ୍ନଟ                    

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଭରସୁଜା ଗ୍ରାମ ପଞ୍ଚାୟତ ୧୧ ଖଣ୍ଡ ଗ୍ରାମକୁ ନେଇ ଗଠିତ । ସେଗୁଡିକ ହେଲା ଭରସୁଜା, ପିପିଲିପାଲି, ଦର୍ଲିପାଲି, ଗଣ୍ଡପାଲି, ବିନ୍ଧାପାଲି, ମନୁପାଲି, ଜେମାପାଲି, ବାଦିପାଲି, ଗୁଣ୍ଡୁରୁମୁଣ୍ଡା, ସଂସା, ଜେମାପାଲି ଗୁହୁରିଆପଦରକୁ ନେଇ ଗଠିତ । ଭରସୁଜା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଗଠନ ହେବା ଦିନ ଠାରୁ ଏହିଠାରେ ପିଡିଏସ୍‌ ଚାଉଳ ବଣ୍ଟନ କରାଯାଇଥାଏ । ଫଳରେ ଗୁଣ୍ଡରୁ ମୁଣ୍ଡା, ସଂଶ।, ଜେମାପାଲି, ବାଦିପାଲି, ଗୁହୂରିଆପଦର, ବିନ୍ଧାପାଲି ଗ୍ରାମ ଭୌଗୋଳିକ ଦୃଷ୍ଟି କୋଣରୁ ଦୂର ପଡ଼ିଥାଏ । ଏହି କାରଣରୁ ହିତାଧିକାରୀମାନେ ବଣ୍ଟନ ଚାଉଳ ଆଣିବାରେ ବହୁତ ଅସୁବିଧାର ସମ୍ମୁଖିନ ହୋଇଥାନ୍ତି । ଏହି ପରିପ୍ରେକ୍ଷୀରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହଲିଙ୍ଗଙ୍କ ଦୃଷ୍ଟି ଗୋଚରକୁ ଆଣିଥିଲେ । ଏହି ସମସ୍ୟାକୁ ଗୁରୁତର ଭାବେ ମନ୍ତ୍ରୀ ହୃଦୟଙ୍ଗମ କରି ପଦକ୍ଷେପ ନେବା ସହ ବ୍ଲକ ବିଡିଓ ମହାପାତ୍ର କୁଲଦୀପ ମହାନ୍ତି, ଯୋଗାଣ ବିଭାଗ ଅଧିକାରୀ ଚନ୍ଦନ ସ୍ୱାଇଁ, ପିଇଓ ବଳରାମ ଧରୁଆଙ୍କୁ ନିର୍ଦ୍ଦେଶ ଦେଇ ସ୍ଥାନ ଚିହ୍ନଟ କରିବା ପାଇଁ ଆଦେଶ ଦେଇଥିଲେ । ଏହାପରେ ବିଡିଓ, ଯୋଗାଣ ବିଭାଗ ଅଧିକାରୀ, ପିଇଓ ବିନ୍ଧାପାଲି ବଜାର ପଡିଆ ନିକଟସ୍ଥ ସୁବିଧା କେନ୍ଦ୍ରକୁ ଚିହ୍ନଟ କରିଥିଲେ । ଆଗାମୀ ଦିନ ଠାରୁ ପିଡିଏସ୍‌ ଏବଂ ସରକାରୀ ସୁବିଧା ୭ ଖଣ୍ଡ ଗ୍ରାମର ଲୋକ ପାଇପାରିବେ ଓ ଉପକୃତ ହେବେ ବୋଲି ସୂଚନା ଦେଇଥିଲେ । ଏହି ସମସ୍ୟା ଦୀର୍ଘଦିନ ପରେ ସାକାର ହୋଇଥିବାରୁ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କୁ ଅଞ୍ଚଳବାସୀ ଶୁଭେଚ୍ଛା ଜ୍ଞାପନ ସହ ସାଧୁବାଦ୍ ଜଣାଇଛନ୍ତି ।

jayashree
Leave A Reply

Your email address will not be published.