csstore

ଛତ୍ରପୁର ବ୍ରହ୍ମାକୁମାରୀ ସଂସ୍ଥାନର ୩୦ତମ ପ୍ରତିଷ୍ଠା ଉତ୍ସବ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଛତ୍ରପୁର ଶାଖାର ୩୦ତମ ବାର୍ଷିକୀ ପ୍ରତିଷ୍ଠା ଉତ୍ସବ ରବିବାର ବର୍ଣ୍ଣାଢ୍ୟ ସମାରୋହରେ ପାଳିତ ହୋଇଯାଇଛି । ଓଁ ଶାନ୍ତି ଧ୍ୱନିରେ ପରିଚାଳିତ କରାଇ ଲୋକଙ୍କୁ ସତ୍ ମାର୍ଗରେ ପ୍ରବର୍ତ୍ତାଇ ଆସୁଥିବା ଏହି ସଂସ୍ଥାନ ଦୀର୍ଘ ବର୍ଷର ଅବଦାନ ଅତୁଳନୀୟ ବୋଲି କୁହାଯାଏ । ବ୍ରହ୍ମାକୁମାରୀ ସଂସ୍ଥାନର କାର୍ଯ୍ୟକ୍ରମ ଛତ୍ରପୁର ସହରରେ ପୂର୍ବେ ଏକ ଅସ୍ଥାୟୀ କୋଠାରେ ଦୀର୍ଘବର୍ଷ ଧରି ଚାଲୁ ରହି ଆସିଥିବା ବେଳେ ଗତ ୨୦୦୩ ମସିହା ନଭେମ୍ବର ମାସ ୪ ତାରିଖରେ ଏହି ସଂସ୍ଥାନର ଏକ ସ୍ଥାୟୀ କୋଠା ନିର୍ମାଣ ନିମନ୍ତେ ଛତ୍ରପୁର ସହରାଞ୍ଚଳର କଳ୍ପବାସିନୀ ନଗର ଠାରେ ବିଶିଷ୍ଟ ସନ୍ଥ ବ୍ରହ୍ମାକୁମାରୀ ଦାଦି ରତ୍ନ ମୋହିନୀଙ୍କ ଦ୍ଵାରା ଭୂମି ପୂଜନ କାର୍ଯ୍ୟକ୍ରମରେ ଶିଳାନ୍ୟାସ ଅନୁଷ୍ଠିତ ହୋଇଥିଲା । ପରବର୍ତ୍ତୀ କାଳରେ ୨୦୦୮ ମସିହା ଫେବୃଆରୀ ୨୪ ତାରିଖରେ ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଛତ୍ରପୁର ଶାଖାର ନୂତନ କୋଠା ନିର୍ମାଣ ହୋଇପାରିଥିଲା । ଗଞ୍ଜାମ ଓ ଗଜପତି ଜିଲ୍ଲାର ତତ୍କାଳୀନ ମୁଖ୍ୟ ସଞ୍ଚାଳିକା ରାଜ ଯୋଗିନୀ ବ୍ରହ୍ମାକୁମାରୀ ମଞ୍ଜୁଙ୍କ ଦ୍ଵାରା ନବନିର୍ମିତ କୋଠା “ଶାନ୍ତି ଅନୁଭୂତି ଭବନ” ର ଆନୁଷ୍ଠାନିକ ଭାବେ ଉଦଘାଟନ ହୋଇଥିଲା । ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଏହି ଛତ୍ରପୁର ଶାଖାର ସ୍ମୁତିକୁ ସାଉଁଟି ରବିବାର ଏକ ଭବ୍ୟ ସମାରୋହର କାର୍ଯ୍ୟକ୍ରମ ଆୟୋଜନ ବର୍ଣ୍ଣାଢ୍ୟ ଉତ୍ସବରେ ପାଳିତ ହୋଇଥିଲା । ରବିବାର ପୂର୍ବାହ୍ନରେ ପ୍ରଭାତ ଫେରି ଶୋଭାଯାତ୍ରା ସହ ଆନୁଷ୍ଠାନିକ ସମାରୋହ ସହ ସମ୍ପନ୍ନ ହୋଇଥିଲା । ଏହି ଅବସରରେ ଗଞ୍ଜାମ ପୋଲିସ ପ୍ରଶାସନ ପକ୍ଷରୁ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଚିନ୍ମୟ କୁମାର ନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଧ୍ୱଜା ଉତ୍ତୋଳନ କରିଥିଲେ ଏବଂ ଏକ ଭବ୍ୟ ଆଧ୍ୟାତ୍ମିକ ଜାଗରଣ ସମାରୋହରେ ଅଗଣିତ ଭାଇ ଭଉଣୀମାନଙ୍କୁ ଗୁରୁମନ୍ତ୍ର ସହ ସମ୍ଭାଷଣ ପ୍ରଦାନ କରିଥିଲେ । ରାଜଯୋଗିନୀ ବ୍ରହ୍ମା କୁମାରୀ ବିଜୟ ଲକ୍ଷ୍ମୀ ଏହି କାର୍ଯ୍ୟକ୍ରମରେ ପୌରହିତ୍ୟ କରିଥିଲେ । ବ୍ରହ୍ମା କୁମାର ସୂର୍ଯ୍ୟ ଭାଇ ଏହି କାର୍ଯ୍ୟକ୍ରମରେ ସ୍ୱାଗତ ସମ୍ଭାଷଣ ଦେଇଥିବା ବେଳେ ବ୍ରହ୍ମା କୁମାର ବାଲା କ୍ରିଷ୍ଣା ଭାଇ, ରଜନୀ କାନ୍ତ ଭାଇ ଦୀପା ଭଉଣୀ ଓ ଅନ୍ୟମାନେ ସକ୍ରୀୟ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.