pakka

ଅବସରପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଛୁରାମାଡ ଅଭିଯୋଗ

bbehera

ଭଦ୍ରକ : ଯାଜପୁର ଜିଲ୍ଲାର ପୂର୍ବତନ ତଥା ଅବସରପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ରଘୁନାଥ ପାଢୀଙ୍କୁ ଛୁରା ମାଡ ହୋଇଥିବା ଅଭିଯୋଗ ହୋଇଛି । ମିଳିଥିବା ସୂଚନା ଅନୁସାରେ ଭୋର ସମୟରେ କିଛି ଦୁର୍ବୃତ୍ତ ଚୋରି କରିବା ଉଦ୍ଦେଶ୍ୟରେ ଶ୍ରୀପାଢୀଙ୍କ ଘରେ ପଶିଥିଲେ । ତେବେ ଏହି ସମୟରେ ଦୁର୍ବୃତ୍ତଙ୍କୁ ବିରୋଧ କରିଥିଲେ ରଘୁନାଥ । ଫଳରେ ଦୁର୍ବୃତ୍ତଙ୍କ ଆକ୍ରମଣର ଶିକାର ହୋଇଥିଲେ । ଦୁର୍ବୃତ୍ତମାନେ ତାଙ୍କ ଶରୀରକୁ ବାରମ୍ୱାର ଆକ୍ରମଣ କରିଥିଲେ । ଏମିତିକି ତାଙ୍କ ଶରୀରରେ ୭ରୁ ଅଧିକ ସ୍ଥାନରେ ଆକ୍ରମଣ କରାଯାଇଛି । ତେବେ କିଛି ଚୋରି ହୋଇଛି କି ନାହିଁ ତାହା ଜଣାପଡିନି । ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।

jay balangir
Leave A Reply

Your email address will not be published.

15 − 9 =

error: Content is protected !!