ଆନ୍ତଃ-ରାଜ୍ୟ ଡକାୟତି ଗ୍ୟାଙ୍ଗ ଦଳକୁ ଧରିବାରେ ଛତ୍ରପୁର ପୋଲିସର ସଫଳତା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଜାତୀୟ ରାଜପଥ ଠାରୁ ସୀମାନ୍ତ ଆନ୍ଧ୍ରପ୍ରଦେଶ ପର୍ଯ୍ୟନ୍ତ ଚୋରୀ, ଡକାୟତି ଓ ରାହାଜନୀ ଭଳି ଘଟାଇ ଆସୁଥିବା ଏକ ଡକାୟତି ଗ୍ୟାଙ୍ଗଷ୍ଟାରକୁ ଧରିବାରେ ଛତ୍ରପୁର ପୋଲିସକୁ ସଫଳତା ମିଳିଛି । ଜାତୀୟ ରାଜପଥରେ ଅବସ୍ଥାପିତ ବିଭିନ୍ନ ବାଇକ ଶୋ-ରୁମ୍ ଏବଂ ରାଜପଥରେ ଥିବା ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନ ଗୁଡିକ ପ୍ରତି ଜାଗୃତି ହୋଇଥିବା ଭୟରେ ଟିକିଏ ଆଶ୍ୱସ୍ତି ମିଳିଛି । ପ୍ରକାଶ ଥାଉକି, ଗଞ୍ଜମ ଜିଲା ଛତ୍ରପୁର ଥାନା ଅଧୀନସ୍ଥ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ଏକ ଲକ୍ଷ୍ମୀ ହିରୋ-ଶୋରୁମରୁ ଏପ୍ରିଲ ୨ ତାରିଖ ମଧ୍ୟରାତ୍ରରେ ଡକାୟତି ସ୍ୱରୂପ ଚୋରୀ ହୋଇଥିଲା । ସୁରକ୍ଷାକର୍ମୀଙ୍କୁ ମାଡ଼ ମାରି ୨ଟି ବାଇକୁ ଦୁର୍ବୃତ୍ତମାନେ ନେଇ ଯାଇଥିଲେ । ଏଥିସହ ସିସିଟିଭି ହାର୍ଡଡିସ୍କକୁ ନେଇଯାଇଥିଲେ । ଏହି ମାମଲାରେ ସମ୍ପୃକ୍ତ ୫ଜଣିଆ ଆନ୍ତଃରାଜ୍ୟ ଡକାୟତି ଦଳକୁ ଛତ୍ରପୁର ପୋଲିସ ଚି଼ହ୍ନଟ କରିବାରେ ସକ୍ଷମ ହୋଇଛନ୍ତି । ଏଥିରୁ ୨ଜଣ ଡକାୟତଙ୍କୁ ଛତ୍ରପୁର ପୋଲିସ ଗିରଫ କରିଥିବା ନେଇ ଥାନା ଆଇ.ଆଇ.ସି. ପ୍ରିୟସ ରଞ୍ଜନ ଛୋଟରାୟ ଶୁକ୍ରବାର ସୂଚନା ଦେଇଛନ୍ତି । ଗିରଫମାନେ ହେଲେ ବ୍ରହ୍ମପୁର ବଡବଜାର ଥାନା ଅଧୀନ ସୁକୁଣ୍ଡାର ପି. ନରସିଂହ ଓ ସି.ଏଚ୍‌. ରାମବାବୁ । ଏମାନଙ୍କ ନାଁରେ ଦୋକାନୀ ମାଲିକଙ୍କ ଏତଲା କ୍ରମେ କେଶ ୧୫୭/୨୧ରେ ରୁଜୁ ହୋଇଥିବା ବେଳେ ଏମାନଙ୍କୁ ଶନିବାର ସକାଳେ କୋର୍ଟଚାଲାଣ ହୋଇପାରେ ବୋଲି ଜଣାଯାଇଛି । ଏହି ଗ୍ୟାଙ୍ଗ ଆନ୍ଧ୍ରପ୍ରଦେଶର କାଞ୍ଚିଲି ଥାନା ଏବଂ ସୀମାନ୍ତ ଆନ୍ଧ୍ର ଇଚ୍ଛାପୁର ଥାନାରେ ଏମାନେ ବହୁ ମାମଲାରେ ଜଡିତ ଥିବା କୁହାଯାଏ । ଏମାନଙ୍କଠାରୁ ଗୋଟିଏ ଚୋରୀ ବାଇକକୁ ମଧ୍ୟ ପୋଲିସ ଜବତ କରିଛନ୍ତି । ପୂର୍ବରୁ ମଧ୍ୟ ଗୋଟିଏ ଚୋରି ବାଇକକୁ ପୋଲିସ ଜବତ କରିଥିଲେ । ଉକ୍ତ ଡକାୟତ ମାମଲରେ ଅନ୍ୟ ୩ ସମ୍ପୃକ୍ତଙ୍କୁ ଖୁବଶୀଘ୍ର ଗିରଫ କରାଯିବା ନିମନ୍ତେ ସଫଳ ପଦକ୍ଷେପ ଗ୍ରହଣ କରିବା ନେଇ ପ୍ରସ୍ତୁତ ଅଛୁ ବୋଲି ଛତ୍ରପୁର ଥାନା ଆଇ.ଆଇ.ସି. ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.

12 + 19 =