ବିରାଙ୍ଗନା ରାଣୀ ଦୁର୍ଗାବତୀ ବଳିଦାନ ଦିବସ ଓ ଆତ୍ମ ସୁରକ୍ଷା ତାଲିମ

ନୂଆପଡା, (ସୁରେନ୍ଦ୍ର ପ୍ରସାଦ ତିୱାରି) : ଜିଲ୍ଲା ଆଦିବାସୀ ଗଣ୍ଡୱାନା ସେବା ସଂଘ ଟ୍ରଷ୍ଟ ଆନୁକୂଲ୍ୟରେ ୪୫୮ତମ ବିରଙ୍ଗନା ରାଣୀ ଦୁର୍ଗାବତୀ ବଳିଦାନ ଦିବସ ଓ ମହିଳା, ବାଳିକାଙ୍କ ଆତ୍ମ ସୁରକ୍ଷା ତାଲିମ ଶିବିର ପତୋରା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଦୁଇ ଦିବସୀୟ କାର୍ଯ୍ୟକ୍ରମରେ ଟ୍ରଷ୍ଟର ସଭାପତି ବଜରଙ୍ଗ ମାଝୀଙ୍କ ପରିଚାଳନାରେ ମୁଖ୍ୟ ଅତିଥି ରୂପେ ପୋଲିସ ଅଧିକାରୀ ଗୌତମ ମାଝୀ ଓ ମୁଖ୍ୟ ବକ୍ତା ଭାବେ ଜିଲ୍ଲା କୋଷଗାର ଅଧିକାରୀ ମହେଶ ମାଝୀ ଯୋଗଦେଇ ପ୍ରଥମେ ରାଣୀ ଦୁର୍ଗାବତୀଙ୍କ ବଳିଦାନର ସ୍ମୃତିଚାରଣ କରି ଫଟୋ ଚିତ୍ରରେ ମାଲ୍ୟର୍ପଣ କରିଥିଲେ । କିଭଳି ମହିଳା ଓ ବାଳିକାମାନେ ଆତ୍ମ ସୁରକ୍ଷା କରି ନିଜକୁ ସୁରକ୍ଷିତ ରଖିବେ ସେ ଉପରେ ଆଲୋକପାତ କରିଥିଲେ । ଏହି ଦୁଇ ଦିବସୀୟ ତାଲିମ ଶିବିରରେ ସମାଜର ଶତାଧିକ ମହିଳା ଓ ବାଳିକାମାନେ ଉତ୍ସାହ ସହ ଅଂଶ ଗ୍ରହଣ କରିଥିଲେ । ଆତ୍ମ ସୁରକ୍ଷା କରିବାର ବିଭିନ୍ନ ଉପାୟ ଏବଂ କୌଶଳ ତାଲିମ ଦିଆଯାଇଥିଲା । ଯେକୌଣସି ପରିସ୍ଥିତିରେ ନିଜର ସୁରକ୍ଷା କରି ସେଠାରୁ ବାହାରି ପାରିବା ଉପାୟ ଓ କୌଶଳ ଶିଖାଯାଇଥିଲା । ମାଷ୍ଟର ଟ୍ରେନର ଫୁଲେଶ୍ୱରୀ ସାହୁ ତାଲିମ ଦେଇ ମହିଳା ଓ ବାଳିକା ମାନଙ୍କୁ ସମ୍ବୋଧନ କରି ବିପଦ ସମୟରେ ଏହି ତାଲିମକୁ ପ୍ରୟୋଗ କରି ଆତ୍ମରକ୍ଷା ନିମନ୍ତେ ଉତ୍ସାହିତ କରିଥିଲେ । ତାଲିମ ଶିବିରରେ ଅଂଶଗ୍ରହଣ କରିଥିବା ସମସ୍ତ ବାଳିକାଙ୍କୁ ଉଦଯାପନୀ ଉତ୍ସବରେ ଅତିଥିଙ୍କ ଦ୍ଵାରା ପ୍ରଶଂସା ପତ୍ର ପ୍ରଦାନ କରାଯାଇଥିଲା ।

Leave A Reply

Your email address will not be published.

18 − 2 =