pakka

ଛତ୍ରପୁରର ନୂଆଁ ଥାନାଅଧିକାରୀଙ୍କ ଦୃଢ଼ତା ନେଇ ବିଭିନ୍ନ ମହଲରେ ଚର୍ଚ୍ଚା

bbehera

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରର ନୂଆଁ ଥାନା ଅଧିକାରୀଙ୍କ ଯୋଗଦାନ ପରେ ଆଇନଶୃଙ୍ଖଳା ଉପରେ ବିଶେଷ ଧ୍ୟାନଦେଇ ଜୁଆ ଆଡ୍ଡା, ଚୋରୀ, ଡକାୟତିଙ୍କୁ ଦମନ କରିବାରେ ସିଦ୍ଧହସ୍ତ ହୋଇଛନ୍ତି । ଥାନାବାବୁଙ୍କ ଏହି ଦୃଢ଼ତା ନେଇ ବିଭିନ୍ନ ମହଲରେ ବେଶ ଚର୍ଚ୍ଚା ଲାଗିଛି । ପ୍ରକାଶ ଥାଉକି, ଗଞ୍ଜାମ ପୋଲିସ ଜିଲ୍ଲାମୁଖ୍ୟାଳୟ ଛତ୍ରପୁର ଠାରେ ଆଦର୍ଶ ଛତ୍ରପୁର ଥାନାର ଭାରପ୍ରାପ୍ତ ଥାନା ଅଧିକାରୀ ଭାବେ ଆଇଆଇସି ସତ୍ୟ ରଞ୍ଜନ ପ୍ରଧାନ ଇତିମଧ୍ୟରେ ଅବସ୍ଥାପିତ ହୋଇଛନ୍ତି । ସେ କାର୍ଯ୍ୟରେ ଯୋଗଦେବା ପରେ ଛତ୍ରପୁର ସହରର ନିୟୁ-ରିଡିଙ୍ଗ ରୁମ୍‌ର ସେମିନାର ହଲ୍‌ରେ ପ୍ରାଥମିକ ଭାବେ ଛତ୍ରପୁରର କିଛିଜଣ ବୃଦ୍ଧିଜୀବୀ, ବିଭିନ୍ନବର୍ଗର ବ୍ୟବସାୟୀ ସଂଗଠନର ପ୍ରତିନିଧି, କର୍ମକର୍ତ୍ତା, ପ୍ରେସ/ଗଣମାଧ୍ୟମ ପ୍ରତିନିଧିଙ୍କୁ ନେଇ ଆମ ପୋଲିସ ସମିତି ପକ୍ଷରୁ ଖୋଲା ମଞ୍ଚ ସଂଗଠିତ କରାଇ ଆଇନ ଶୃଙ୍ଖଳା ଉପରେ ଆଲୋଚନା କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ ଛତ୍ରପୁର ପଞ୍ଚାୟତ ସ୍ତରୀୟ ପ୍ରତିନିଧି ତଥା ସରପଞ୍ଚ, ସମିତିସଭ୍ୟ, ଅବା ପିଆରଓ ସଦସ୍ୟଙ୍କୁ ନେଇ ସମ୍ବାଦପତ୍ର, ଗଣମାଧ୍ୟମ ପ୍ରତିନିଧିଙ୍କ ଉପସ୍ଥିତରେ ଲୋକଙ୍କର ଆଇନ ଶୃଙ୍ଖଳା ସମ୍ବନ୍ଧୀୟ ବିଭିନ୍ନ ଆଲୋଚନା କରିବା ପରେ ପର୍ଯ୍ୟାୟ କ୍ରମେ ଛତ୍ରପୁର ସହର ଓ ଛତ୍ରପୁର ଥାନା ଅଧିନସ୍ଥ ବିଭିନ୍ନ ଗ୍ରାମାଞ୍ଚଳରେ ମଦ, ଜୁଆଡ଼ି, ଚୋରୀ, ଡକାୟତି, ରାହାଜନୀ ଭଳି ଅସମାଜିକ କାର୍ଯ୍ୟ କଳାପରେ ଲିପ୍ତ ଲୋକଙ୍କୁ ଦମନ କରିବାରେ ସହାୟକ ହୋଇଛନ୍ତି । ସୂଚନାଯୋଗ୍ୟ ଯେ, ଥାନା ଅନ୍ତର୍ଗତ ରାଜପୁର ଗ୍ରାମରେ ଚାଲିଥିବା ଏକ ଜୁଆଆଡ୍ଡା ଉପରେ ଛତ୍ରପୁର ପୋଲିସ ଚଢ଼ଉ କରି କେଶ-ନଂ- ୫୨୯ /୨୦୨୧ ମାମଲା ରୁଜୁ କରି ୬ଜଣଙ୍କୁ ଗିରଫ କରାଯିବା ସହ ସେମାନଙ୍କ ଠାରୁ ୧୯ ହଜାର ୫୫୦ଟଙ୍କା ଜବତ କରାଯାଇଛି । ସେହିପରି ଛତ୍ରପୁର ବ୍ଲକ କରାତଳି ଗ୍ରାମରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ଛତ୍ରପୁର ପୋଲିସ ଚଢ଼ଉ କରି କେଶ ନଂ-୫୨୮ /୨୦୨୧ ମାମଲା ରୁଜୁ କରି ୬ ଜଣଙ୍କୁ ଗିରଫ କରାଯିବା ସହ ସେମାନଙ୍କ ଠାରୁ ୨୫୩୦୦ ଟଙ୍କା ଏବଂ ୪ଟି ବାଇକ ଜବତ କରାଯାଇଛି । ଛତ୍ରପୁର ଥାନା ଅନ୍ତର୍ଗତ ବଳରାମପୁର ଗ୍ରାମର ନିରଞ୍ଜନ ପ୍ରଧାନଙ୍କ ସ୍କୁଟି ଓଡି ୦୭ ଟି ୮୦୪୪ ନଂ ଗାଡି ଚୋରି ହୋଇଥିବା ନେଇ ଛତ୍ରପୁରରେ ୫୨୬/୨୦୨୧ରେ ମାମଲା ରୁଜୁ ହୋଇଥିଲା । ଏହି ଘଟଣାରେ ସମ୍ପୃକ୍ତ ଥିବା କୋଦଳା ଥାନା ଅଧିନସ୍ଥ ବାତରାପଲ୍ଲୀ ଗ୍ରାମର ଜଣେ ରାକେଟ ଦିବ୍ୟ ପ୍ରଧାନଙ୍କୁ ଗିରଫ କରାଯାଇଛି । ଚୋରି ହୋଇଥିବା ସ୍କୁଟିକୁ ଆଣି ନିରଞ୍ଜନ ପ୍ରଧାନଙ୍କୁ ହସ୍ତାନ୍ତର କରାଯାଇଛି । ଠିକ ସେହିପରି ଛତ୍ରପୁର ସହର ତଳି ଅଞ୍ଚଳ ତରେଇପାଟପୁର ଗ୍ରାମର ଲଷ୍ମୀ ବେହେରାଙ୍କ ଦୁଇଟି ଛେଳି ଚୋରି ହୋଇଥିଲା । ଏନେଇ ସେ ଥାନାରେ ଏତଲା ଦିଆଯାଇଥିଲ । ଏତଲା କ୍ରମେ ୫୨୭/୨୦୨୧ନଂ କେଶ ରୁଜୁ କରାଯାଇଥିଲା । ପରେ ପୋଲିସ ତଦନ୍ତ କରି ଘଟଣାରେ ସମ୍ପୃକ୍ତ ଥିବା ଦୁଇ ଜଣ ଯୁବକଙ୍କୁ ଗିରଫ କରାଯାଇଥିଲା । ସେମାନଙ୍କ ଠାରୁ ଦୁଇଟି ଛେଳି ଉଦ୍ଧାର କରାଯାଇ ଲଷ୍ମୀ ବେହେରାଙ୍କୁ ହସ୍ତାନ୍ତର କରାଯାଇଛି । ଗିରଫ ଦୁଇ ଜଣ ହେଲେ ଗଣେଶ ପ୍ରଧାନ ଓ ଗୋପୀ ନାୟକ । ଏଭଳି କେତେକ ମାମଲାରେ ଜଡିତ ବିଭିନ୍ନ କେଶ ଅନୁସନ୍ଧାନ କରି ସମସ୍ତ କେଶ ଫଇସଲା କରିବା ସହ କୌଣସି କେଶ ବକେୟା ନ ରଖି ତୁରନ୍ତ ସମାଧାନ କରି ଆସାମୀକୁ ଧରିବାରେ ସଫଳ ହେବା ନେଇ ସ୍ଥାନୀୟ ଲୋକେ ଥାନାଅଧିକାରୀଙ୍କ ଭୂୟସୀ ପ୍ରସଂଶା କରିଛନ୍ତି ।

Leave A Reply

Your email address will not be published.

19 − seven =