pakka

୧୩ତମ ସୁଜିତ ସ୍ମାରକୀ କ୍ରିକେଟ ପ୍ରତିଯୋଗିତା ଉଦଘାଟିତ : ପ୍ରଥମ କ୍ୱାଟର ଫାଇନାଲରେ ରତାଖଣ୍ଡିକୁ ୫ ରନ୍‌ରେ ହରାଇଲା ବଡଙ୍ଗୋମୁଣ୍ଡା

bbehera

 ଦେଓଗାଁ, (ମନୀଷ କୁମାର ସାହୁ) : ମଙ୍ଗଳବାର ଗୁଡ଼ଭେଳା ବ୍ଲକ ବଡଙ୍ଗୋମୁଣ୍ଡା ପଞ୍ଚାୟତ ସରଗଡାରେ ୧୩ତମ ସୁଜିତ ସ୍ମାରକୀ କ୍ରିକେଟ ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି । ଉଦଘାଟନୀ ମ୍ୟାଚରେ ସାଗରପାଲିକୁ ବଡଙ୍ଗୋମୁଣ୍ଡା ଦଳ ହରାଇଥିବା ବେଳେ ଦ୍ୱିତୀୟ ମ୍ୟାଚରେ ଦାବକାନିକୁ ରତାଖଣ୍ଡି ହରାଇଥିଲା । ବଡଙ୍ଗୋମୁଣ୍ଡା ଓ ରତାଖଣ୍ଡି ମଧ୍ୟରେ ହୋଇଥିବା କ୍ୱାଟର ଫାଇନାଲ ମ୍ୟାଚରେ ବଡଙ୍ଗୋମୁଣ୍ଡା ଦଳ ୫ରନରେ ବିଜୟୀ ହୋଇଥିଲା । ଏହି ଅବସରରେ ବଡଙ୍ଗୋମୁଣ୍ଡା ପଞ୍ଚାୟତ ସମିତି ସଭ୍ୟ ଶିଶୁ ପଧାନ ମୁଖ୍ୟ ଅତିଥି ଓ ସୁରେନ୍ଦ୍ର ହୋତା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ମ୍ୟାଚକୁ ସରଗଡା ଗାଁର ରୋୟଲ କ୍ରିକେଟ କ୍ଲବର ସଦସ୍ୟ କବି, ମିଟୁ, ସାନୁ ସହ ସମସ୍ତ ସଦସ୍ୟ ପରିଚାଳନାରେ ସହଯୋଗ କରିଥିଲେ । କୃଷ୍ଣେନ୍ଦୁ ହୋତା ଧାରା ବିବରଣୀ ପ୍ରଦାନ କରିଥିଲେ । 

Leave A Reply

Your email address will not be published.

five × five =