pakka

ୟୁକ୍ରେନରୁ ଫେରିଲେ ବରଗଡ଼ର ଛାତ୍ର

bbehera

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ୟୁକ୍ରେନରେ ଯୁଦ୍ଧର ଭୟାଭୟତା ମଧ୍ୟରେ ରୋମାନିଆ ସୀମାରେ ଫସି ରହିଥିବା ବରଗଡ଼ ସଦର ମହକୁମା ତଲିପଡାର ଡାକ୍ତରୀ ଛାତ୍ର ଅନୁପମ କର ଆଜି ସକାଳୁ ରାୟପୁର ଦେଇ ଘରକୁ ଫେରିଛନ୍ତି । ୟୁକ୍ରେନର ଏକ ମେଡ଼ିକାଲ କଲେଜରେ ଦ୍ବିତୀୟ ବର୍ଷ ମେଡିକାଲ ଛାତ୍ର ଅନୁପମ ମଧ୍ୟ ଅନ୍ୟ ଭାରତୀୟ ଛାତ୍ରଛାତ୍ରୀ ମାନଙ୍କ ସହ ଏହି ଯୁଦ୍ଧର ବଭିଷିକା ମଧ୍ୟରେ ଫସି ରହିଥିଲେ । କୌଶଳ କ୍ରମେ ଉକ୍ତ ୟୁନିଭରସିଟି ପକ୍ଷରୁ ଏକ ବସରେ ଛାତ୍ରଛାତ୍ରୀମାନଙ୍କୁ ରୋମାନିଆ ସୀମାରେ ଛାଡିଥିଲେ । ସେଠାରେ ୩ ଦିନ ଧରି ଅପେକ୍ଷା ପରେ ସେ ତାଙ୍କ ଆଉ ଜଣେ ସାଥୀ ସୀମା ପାରି ହୋଇ ଭାରତ ଆସିବାକୁ ସଫଳ ହୋଇଥିଲେ । ବର୍ତ୍ତମାନ ମଧ୍ୟ ସେଠାରେ ଶହଶହ ଭାରତୀୟ ଛାତ୍ରଛାତ୍ରୀ ଦୟନୀୟ ଅବସ୍ଥାରେ ରହିଛନ୍ତି ବୋଲି ସେ ପ୍ରକାଶ କରିଥିଲେ ।

jay balangir
Leave A Reply

Your email address will not be published.

18 − ten =