csstore

‘ବିଜ୍ଞାନ ଯୁଗର ଅଜ୍ଞାନ ମୁନୁଷ୍‌’ ନାଟକ ମଞ୍ଚସ୍ଥ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଜ୍ଞାନ ସହାୟତାରେ ଆମେ ଅନେକ ବାଟ ଆଗେଇଛୁ । ବିଜ୍ଞାନ ଆମକୁ ଦିଗଦର୍ଶନ ଦେଇଛି, କିନ୍ତୁ ଏହାକୁ ମଣିଷ ସମାଜ ଠିକଣା ଭାବେ ବ୍ୟବହାର କରି ପାରୁନି ଯାହା ଫଳରେ ଯେତିକି ସୁବିଧା ହେଉଛି ସେତିିକି ଅସୁବିଧା ମଧ୍ୟ ହେଉଛି । ଉଦାହରଣ ସ୍ୱରୂପ କୋଭିଡ ସମୟକୁ ନିଆଯାଇପାରେ । ଏହି ବିଷୟ ବସ୍ତୁକୁ ନେଇ ସ୍ଥାନୀୟ ସରକାରୀ ଶିକ୍ଷକ ଶିକ୍ଷା ପ୍ରତିଷ୍ଠାନରେ ଡ. ସୁଧାଂଶୁବାଳା ତ୍ରିପାଠୀଙ୍କ ନିର୍ଦ୍ଦେଶନାରେ ଅନୁଷ୍ଠାନର ଛାତ୍ର ଛାତ୍ରୀମାନଙ୍କୁ ନେଇ ନାଟକ ବିଜ୍ଞାନ ଯୁଗର ଅଜ୍ଞାନ ମୁନୁଷ୍‌ ମାଧ୍ୟମରେ ଛାତ୍ର ଛାତ୍ରୀମାନେ ଦର୍ଶାଇଥିଲେ । ନାଟକର ବିଭିନ୍ନ ଚରିତ୍ରରେ ପ୍ରେମାନନ୍ଦ ନାଥ ବେଦବର ତାଣ୍ଡି, ରମେଶ ଷାଣ୍ଢ, ଅଶୋକ ନାଏକ, ତପନ ସାହୁ, ପ୍ରଦୀପ ବାଗ, ସଞ୍ଜୟ ଦେହେରୀ, ବବିତା ବାଗ, ଟିକିରାଣୀ ବେହେରା, ସୁନିମା ନାଏକ, ରଞ୍ଜିତା ବରିହା, ପ୍ରତିମା ବେହେରା, ଅର୍ପିତା ବେହେରା, ଅରବିନ୍ଦ ମେହେର, ବିଶ୍ୱପତି ବିଶି ପ୍ରମୁଖ ଅଭିନୟ କରିଥିଲେ । ଅନୁଷ୍ଠାନର ଡ. ସୁଧୀର ସାହୁ, ସରୋଜ ବେହେରା, ଗୋପାଳ ପଧାନ, ଅନୀତା ହୋତା ପ୍ରମୁଖ ଉପସ୍ଥିତ ରହି ଛାତ୍ର ଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ବିଜ୍ଞାନ ଦିବସ ପାଳନ ପୂର୍ବରୁ ପିଲାମାନଙ୍କ ମଧ୍ୟରେ ବିଜ୍ଞାନ ସମ୍ବନ୍ଧୀୟ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ଜାତୀୟ ବିଜ୍ଞାନ ଦିବସ ପାଳନ ଅବସରରେ ସମସ୍ତ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା ।

jayashree
Leave A Reply

Your email address will not be published.