p purohi

ଓଡିଶାର ଲୋକେ ଛତିଶଗଡ଼ମୁହାଁ ହେଉଛନ୍ତି

dr. purohit

ପଦ୍ମପୁର, (ନିରୋଜ କୁମାର ପାଣୀ) : ପ୍ରାୟତଃ ଓଡିଶାର ବିଭିନ୍ନ ସୀମାରେ ପଡୋଶୀ ରାଜ୍ୟ ମାନଙ୍କ ସହ ବିବାଦ ଚାଲିଥିବା ବେଳେ ମନ୍ତ୍ରୀ ମଧ୍ୟ ଏ କଥାକୁ ସ୍ଵୀକାର କରିଛନ୍ତି । ଅନ୍ୟପଟେ ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ଚରଦାପାଲି ପଞ୍ଚାୟତ ଏକ ଛତିଶଗଡ଼ ସୀମାବର୍ତ୍ତୀ ଜଙ୍ଗଲ ମଧ୍ୟରେ ଥିବା ଅଞ୍ଚଳ । ଏଠାକାର ୫ ଟି ଗ୍ରାମ ଲୁହୁରାକୋଟ, ଚାରଦାପଲି, ଗୁଞ୍ଚାଡିହି, ଗସ୍ତିଡିହି, ଚଙ୍ଗରିଆର ପ୍ରାୟ ଜନସଂଖ୍ୟା ମୋଟ ୪୭୦୦ ପାଖ ପାଖି ଥିବା ବେଳେ କିନ୍ତୁ ଗ୍ରାମ ମାନଙ୍କୁ ଯିବା ପାଇଁ ରାସ୍ତା ନାହିଁ । କୌଣସି ଗ୍ରାମକୁ ଯିବାକୁ ହେଲେ ଜଙ୍ଗଲ ରାସ୍ତା ଦେଇ ପ୍ରାୟ ୧୪ରୁ ୧୮ କିଲୋମିଟର ପଥୁରିଆ ରାସ୍ତାରେ ଯିବାକୁ ପଡିଥାଏ କିମ୍ବା ଅନ୍ୟ ପଟେ ଅଙ୍ଗନଦୀ ଉପରେ ଅଣ୍ଟାଏ ପାଣିରେ ପାରି ହୋଇ ଯାଇଥାନ୍ତି ଲୋକେ । ବର୍ଷା ଦିନେ ଏଠି ପ୍ରଶାସନ ତରଫରୁ ଡଙ୍ଗାର ବ୍ୟବସ୍ଥା କରା ଯାଉଥିବା ବେଳେ ସ୍ୱାଧୀନତାର ଏତେ ବର୍ଷ ପରେ ମଧ୍ୟ ବାରମ୍ବାର ଅଭିଯୋଗ ସତ୍ତ୍ୱେ ପୋଲଟେ ନିର୍ମାଣ ହୋଇ ପରିନାହିଁ । ଏହି ପଞ୍ଚାୟତ ଠାରୁ ଉପଖଣ୍ଡ କାର୍ୟ୍ୟାଳୟ ପ୍ରାୟ ୪୦ କିଲୋମିଟର ଦୂର ଥିବା ବେଳେ ଜିଲ୍ଲା ମୁଖ୍ୟାଳୟ ୧୨୦ କିଲୋମିଟରରୁ ଅଧିକ ଦୂର । ଏପରି ଅବସ୍ଥା ଭିତରେ ବର୍ଷରେ ପ୍ରାୟ ୭ରୁ ୮ ମାସ ଓଡିଶାରୁ ବିଛିର୍ଣ୍ଣ ରହିଥାଏ ଏହି ଅଞ୍ଚଳ । ସ୍ୱାସ୍ଥ୍ୟ ହେଉ ଅବା ଶିକ୍ଷା, ବିବାହ ହେଉ ଅବା ଅନ୍ୟ କୌଣସି ଭଲମନ୍ଦ ସବୁ ପାଇଁ ପଡ଼ୋଶୀ ରାଜ୍ୟ ଛତିଶଗଡ଼ ଉପରେ ନିର୍ଭର କରିଥାନ୍ତି ଏହି ଅଞ୍ଚଳର ଲୋକେ । ଏଣୁ ରାଜ୍ୟ ସରକାର ଏବଂ ପ୍ରଶାସନିକ ଅବହେଳା ଯୋଗୁଁ ପଡୋଶୀ ରାଜ୍ୟ ଛତିଶଗଡ଼ର ସରେଇପାଲି ନିର୍ବାଚନ ମଣ୍ଡଳୀର ବିଧାୟକଙ୍କୁ ଭେଟି ଛତିଶଗଡ଼ରେ ମିଶିବା ପାଇଁ ପଞ୍ଚାୟତବାସୀ ଏକ ଦରଖାସ୍ତ ଦେଇଥିବା ବେଳେ ଏହି ସମସ୍ୟା ଉପରେ ଚର୍ଚ୍ଚା ଏବଂ ଲୋକଙ୍କ ସହ କଥା ହେବା ପାଇଁ ଆଜି ଛତିଶଗଡ଼ର ଏକ ପ୍ରତିନିଧି ଦଳ ଏହି ପଞ୍ଚାୟତକୁ ଆସିଥିଲେ । ସରେଇପାଲି ବିଧାୟକ ତଥା ଛତିଶଗଡ଼ ଆଦିବାସୀ କଲ୍ୟାଣ ମନ୍ତ୍ରୀ କିସ୍ମତ ଲାଲ ନନ୍ଦ ଆସି ଲୋକଙ୍କ ସହ ଆଲୋଚନା କରି ସମସ୍ୟାର ସାମାଧନ ପାଇଁ ଉଭୟ ଛତିଶଗଡ ଏବଂ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ସହ ସମସ୍ୟାର ସମାଧାନ ପାଇଁ କଥା ହେବେ ବୋଲି କହିଛନ୍ତି ।

nrusinghnath
Leave A Reply

Your email address will not be published.