csstore

ମଦନପୁର ବଣିକ ସଙ୍ଘ ଗଠନ ଓ କର୍ମକର୍ତ୍ତା ଚୟନ

ମ. ରାମପୁର (ପି.କେ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ମଦନପୁର ଶିବ ମନ୍ଦିର ନିକଟସ୍ଥ କଲ୍ୟାଣ ମଣ୍ଡପଠାରେ ଅଞ୍ଚଳର ବ୍ୟବସାୟୀମାନଙ୍କୁ ନେଇ ରବିବାର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସର୍ବ ସମ୍ମତି କ୍ରମେ ମଦନପୁର, ବଣିକ ସଂଘ ଗଠନ କରାଯାଇଥିଲା । ସଭାପତି ଭାବେ ସୁଦର୍ଶନ ପାଢ଼ୀ, ଉପ ସଭାପତି ତରୁଣ ରଣା, ସମ୍ପାଦକ ଅମୀୟ ରଞ୍ଜନ ପୁଝାରି, ସହ ସମ୍ପାଦକ ରବୀନ୍ଦ୍ର ରଣା, କୋଷାଧ୍ୟକ୍ଷ ସୁଜିତ ପାଢ଼ୀଙ୍କୁ ମନୋନୀତ କରିଥିବାବେଳେ ଉପଦେଷ୍ଟା କମିଟିରେ କପିଳେନ୍ଦ୍ର ପୁଝାରି, ଭୀମସେନ ଧଙ୍ଗଡାମାଝୀ, ଜଳନ୍ଧର ମିର୍ଦ୍ଧା, ଭାଗୀରଥି ବିଶି, ରାଧେ ଧଙ୍ଗଡ଼ାମାଝୀ, ଦେବାନନ୍ଦ ବାଗ ଓ ମନୋଜ ପଧାନଙ୍କୁ ମନୋନୀତ କରାଗଲା । ନୂତନ କର୍ମକର୍ତ୍ତାମାନେ ଶପଥ ଗ୍ରହଣ କରିବା ସହିତ ଆଗାମୀ ଦିନରେ ମଦନପୁର ଅଞ୍ଚଳରେ ବ୍ୟବସାୟ ଓ ସମଗ୍ର ବିକାଶ ଉପରେ କାମ କରିବୁ ଏବଂ ବଣିକ ସଙ୍ଘକୁ ପଞ୍ଜିକରଣ କରାଯିବ ବୋଲି ମତ ପ୍ରକାଶ କରିଥିଲେ ।

jayashree
Leave A Reply

Your email address will not be published.