oom

ହଳଦିଆ ତେଲି ବୈଶ୍ୟ ସାହୁ ସମାଜର ନୂତନ କର୍ମକର୍ତ୍ତା ଚୟନ

jsmm

ମୁରିବାହାଲ, (ହୁଲେଶ୍ୱର ହଂସ) : ମୁରିବାହାଲ ଟଟୋପରା ଗ୍ରାମରେ ଉପେନ୍ଦ୍ର ସାହୁଙ୍କ ଆମ୍ବ ବଗିଚାରେ ଟଟୋପରା ଓ ପିଠାପରା ଚକ୍‌ ଶହେ ହଳଦିଆ ତେଲି ବୈଶ୍ୟ ସାହୁ ସମାଜର ନୂତନ କର୍ମକର୍ତ୍ତା ଚୟନ କରାଯାଇଛି । ପୂର୍ବତନ ସଭାପତି ଅର୍ଜୁନ ସାହୁଙ୍କ ସଭାପତିତ୍ୱରେ ଓ ଉପେନ୍ଦ୍ର ସାହୁଙ୍କ ପରିଚାଳନାରେ ଅନୁଷ୍ଠିତ ଏହି ସଭାରେ ଟଟୋପରା ଓ ପିଠାପରା ଗ୍ରାମ୍ୟ କମିଟି ମିଳିତ ଭାବେ ଚକ୍ କର୍ମକର୍ତ୍ତା ଚୟନ କରାଯାଇଛି । ଏଥିରେ ସଭାପତି ଭାବେ ଜୟନ୍ତ କୁମାର ସାହୁ, ଉପସଭାପତି ଭାବେ ଅର୍ଜୁନ ସାହୁ, ସମ୍ପାଦକ ଭାବେ ମୁକୁନ୍ଦ ସାହୁ, କୋଷାଧ୍ୟକ୍ଷ ହରିଶ୍ଚନ୍ଦ୍ର ସାହୁଙ୍କୁ ଚୟନ କରାଯାଇଛି । ଏହି ଅବସରରେ ପୂର୍ବତନ କମିଟିକୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ସମାଜର ଇଷ୍ଟ ଦେବୀ ମା’ ସମଲେଇ, ମା’ ଦୁଆରସେନୀ, ମା’ ଚଣ୍ଡୀଙ୍କ ଆଗରେ ସମାଜର ନୀତି ନିୟମକୁ ପାଳନ କରି ସମାଜର ସମୃଦ୍ଧି, ବଳିଷ୍ଠ ତାକୁ ଆଖିରେ ରଖି ସମସ୍ତଙ୍କୁ ସମାନ ଭାବରେ ନ୍ୟାୟ ପ୍ରଦାନ କରିବାକୁ ସମସ୍ତ ନୂତନ କର୍ମକର୍ତ୍ତାଙ୍କୁ ଜୟନ୍ତ ସାହୁ ସହିତ ଶପଥ ପାଠ କରାଇଥିଲେ । ସଭାରେ ସମାଜର ବହୁ ସଦସ୍ୟ ଯୋଗ ଦେଇଥିଲେ ।

jittmm
Leave A Reply

Your email address will not be published.