jayashree

ଜୟ କିଷାନ ଆନ୍ଦୋଳନ ବଲାଙ୍ଗିର କେନ୍ଦ୍ର ସରକାରଙ୍କ ଚାଷୀ ଶୋଷଣ ବିରୋଧରେ ରାସ୍ତାକୁ ଓହ୍ଲାଇବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ ୨୪ ସେପ୍ଟେମ୍ବର ୨୦୨୦ଦିନ କେନ୍ଦ୍ର ସରକାର ୩ଟି କୃଷି ଅଧ୍ୟାଦେଶକୁ ଆଇନରେ ପରିଣତ କରିଛନ୍ତି । ଏହି ଆଇନ ଆସିବା ପରେ ଏହା ବିରୁଦ୍ଧରେ ସାରା ଦେଶର କୃଷକଙ୍କ ମନରେ ଅସନ୍ତୋଷ ଦେଖା ଦେଇଛି ଓ ଗତ ୨୬ ନଭେମ୍ବରରୁ ହରିୟାନା, ପଞ୍ଜାବ, ଉତ୍ତରାଖଣ୍ଡ, ଓଡିଶା, ଉତ୍ତରପ୍ରଦେଶ ପ୍ରମୁଖ ସମସ୍ତ ରାଜ୍ୟର ଚାଷୀମାନେ ହଜାର ହଜାର ସଂଖ୍ୟାରେ ଏହି ଆଇନ ପ୍ରତ୍ୟାହାର ଦାବୀରେ ରାଜଧାନୀ ଦିଲ୍ଲୀର ସିଂଘୁ, ଟିକ୍ରି, ଗାଜିପୁର ଓ ସାହାଜାପୁର ରାସ୍ତାରେ ଆଜି ପର୍ଯ୍ୟନ୍ତ ଏକ ଶାନ୍ତିପୂର୍ଣ୍ଣ ବିକ୍ଷୋଭ କରି ଆସୁଛନ୍ତି । ଏହି କିଷାନ ଆନ୍ଦୋଳନକୁ ସମର୍ଥନ ଜଣାଇ ଦିଲ୍ଲୀରୁ ଏବେ ପଲ୍ଲୀ ଯାଏ ବ୍ୟାପି ସାରିଲାଣି । ସାରା ଦେଶର ନଜର ଆଜି କୃଷକ ଆନ୍ଦୋଳନ ଉପରେ । ରଷ୍ଟ୍ରୀୟ କିଷାନ ସମନ୍ୱୟ ସମିତି ନିଷ୍ପତି କ୍ରମେ ଆସନ୍ତା ୬ ଶନିବାର ଦିନ ୧୨ ଘଣ୍ଟାରୁ ଅପରାହ୍ନ ୩ଘଣ୍ଟା କାଳ ସର୍ବଭାରତୀୟ ସ୍ତରରେ ରାସ୍ତା ରୋକ କାର୍ଯ୍ୟାବଳୀ ହାତକୁ ନେଇଛି । ଏହାକୁ ସମର୍ଥନ ଜଣାଇ ତଥା ସ୍ଥାନୀୟ କୃଷି ସମସ୍ୟା ସମାଧନ ପାଇଁ ଜୟ କିଷାନ ଆନ୍ଦୋଳନ ବଲାଙ୍ଗିର ମଧ୍ୟ ଜିଲ୍ଲାର ଦୁଇଟି ସ୍ଥାନ ବଲାଙ୍ଗିର-ପାଟଣାଗଡ ରାସ୍ତାର ଚୁଡାପାଲି -ଭୁଏପାଲି ଛକ ଓ ଟିଟିଲାଗଡ ନିକଟରେ ଏକ ପ୍ରତୀକାତ୍ମକ ରାସ୍ତାରୋକ କରିବାକୁ ଅବାହକ ମଣ୍ଡଳୀର ୱେବନାର ମିଟିଙ୍ଗରେ ସ୍ଥିର କରାଯାଇଛି । ଏହି ଆଲୋଚନାରେ ସତ୍ୟ ବନଛୋର, ତ୍ରିଲୋଚନ ପୁଞି, ସିପୁନ ଖମାରୀ, ବାଳକୃଷ୍ଣ ଷାଣ୍ଢ, ବ୍ୟାସଦେବ ଥନାପତି, ସୌରୀ ସାହୁ, ଗିରିରାଜ ଭୋଇ, ପୂର୍ଣ୍ଣ ଚନ୍ଦ୍ର ବିଶ୍ୱାଲ, ବନମାଲି ନାଏକ, ପରଦେଶୀ ବିଶ୍ୱାଲ ପ୍ରମୁଖ ଚାଷୀ ପ୍ରତିନିଧି ମାନେ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.