jayashree

ଧାନ ବିକ୍ରୟ କରି ନ ପାରି ଚିନ୍ତାରେ ଚାଷୀଙ୍କର ମୃତ୍ୟୁ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ତ ପାଇକମାଲ ବ୍ଲକ ଅନ୍ତର୍ଗତ ସରେଇକେଲା ଗ୍ରାମ ପଞ୍ଚାୟତ ସମ୍ବଲପୁରୀ ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଧାନ ମଣ୍ତିରେ ପଡିଥିଲା । ଗତ ଡିସେମ୍ବର ମାସରୁ ଟୋକନ ପାଇ ଧାନ ବିକ୍ରୟ ହୋଇ ନ ପାରିବାରୁ ଚିନ୍ତାରେ ପାଇକମାଲ ବ୍ଲକ ସରେଇକେଲା ଗ୍ରାମ ପଞ୍ଚାୟତ ସମ୍ବଲପୁରୀ ଗ୍ରାମର ବାଲାମଣି ଭୋଇ ( ୫୯ ) ଙ୍କ ମଙ୍ଗଳବାର ଭୋରରେ ମୃତ୍ୟୁ ଘଟିଛି । ଡିସେମ୍ବର ମାସ ୧୦ ତାରିଖରେ ଟୋକନ ପାଇ ମୃତକ ଚାଷୀ ୨୨ ତାରିଖରେ ଲଖମରା ମଣ୍ତିରେ ୧୪୦ ପକେଟ ଧାନ ରଖିଥିଲେ । କିନ୍ତୁ ୨ ମାସ ବିତି ଗଲେ ସୁଦ୍ଧା ମଣ୍ତିରୁ ଧାନ ଉଠି ନ ଥିଲା । ତେଣୁ ଗୃହ ଖର୍ଚ୍ଚ, ଚିକିତ୍ସା ଖର୍ଚ୍ଚ ତଥା ଘର କରଣା ଖର୍ଚ୍ଚ ତୁଲାଇ ବାକୁ ସଂପୃକ୍ତ ଚାଷୀ ଚିନ୍ତାରେ ଚାଷୀ ମୃତ୍ୟୁ ବରଣ କରିଛନ୍ତି ବୋଲି ବିଶ୍ବସ୍ତ ସୂତ୍ରରୁ ଜଣାପଡିଛି । ଅନ୍ୟ ପକ୍ଷରେ ଧାନ ବିକ୍ରୟକୁ ନେଇ ପଦ୍ମପୁର ସହରରେ ସରକାରୀ କାର୍ୟ୍ୟାଳୟ ଗୁଡିକ ଅଚଳ ହୋଇ ପଡିଥିବା ବେଳେ କନସିଂହା ଛକରେ ଚାଷୀମାନେ ରାସ୍ତା ଅବରୋଧ କରିଛନ୍ତି । ମଣ୍ତିରୁ ଧାନ ନ ଉଠିବା ପର୍ୟ୍ୟନ୍ତ ଆନ୍ଦୋଳନ ଜାରି ରଖିବା ପାଇଁ କୃଷକ ସଙ୍ଗଠନ ପକ୍ଷରୁ କୁହାଯାଇଛି । ଏ ପର୍ୟ୍ୟନ୍ତ ପ୍ରଶାସନ କୌଣସି ପଦକ୍ଷେପ ନେଇ ନାହାନ୍ତି । ପ୍ରକାଶ ଥାଉକି ଯେ, ଆଜକୁ ୧୪ ଦିନ ହେଲା କୃଷକ ସଙ୍ଗଠନ ପକ୍ଷରୁ ଆନ୍ଦୋଳନ ଜାରି ରହିଛି ।

Leave A Reply

Your email address will not be published.