pakka

ବୀମା କମ୍ପାନୀର ଟାଳଟୁଳ ନୀତି : ଜିଲ୍ଲାପାଳଙ୍କ ଅଫିସ ଘେରିଲେ ଚାଷୀ

bbehera

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରଗଡ଼ ଜିଲ୍‌ଲ୍ଲା ପଦ୍ମପୁର ଉପଖଣ୍ଡରେ ଚଳିତ ବର୍ଷ ମରୁଡ଼ି ପରିସ୍ଥିତି ଉପୁଜିଛି । ମାତ୍ର ଏଭଳି ସ୍ଥିତିରେ ବୀମା କମ୍ପାନୀ ଚାଷୀଙ୍କୁ ବୀମା ସହାୟତାରୁ ବଞ୍ଚିତ କରିବା ପାଇଁ ନାନା ଆଳ ଦେଖାଇବା ଆରମ୍ଭ କରି ଦେଇଛି । ବୀମା କମ୍ପାନୀ ବେଆଇନ ଭାବେ ଚାଷୀଙ୍କ ବୀମା ଆବେଦନ ରଦ୍ଦ କରି ଦେଉଛି । ଏହାକୁ ନେଇ ଚାଷୀ ମହଲରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ଏ ନେଇ ବୁଧବାର ପଦ୍ମପୁର ରାଜବୋଡାସମ୍ବର କୃଷକ ସଂଗଠନ ନେତୃତ୍ୱରେ ଶତାଧିକ ଚାଷୀ ବାଇକ୍‌ ରାଲିରେ ଆସି ବରଗଡ଼ ଜିଲ୍ଲାପାଳଙ୍କ ଅଫିସକୁ ଘେରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସମ୍ବିଧାନ ସୁରକ୍ଷା ମଞ୍ଚ, କୋସଳ ସେନା ସମେତ ବିଭିନ୍ନ ସଂଗଠନ ସମର୍ଥନ କରି ଏଥିରେ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା ।

Leave A Reply

Your email address will not be published.

9 + six =