pakka

ଘୁନସର କମଳିନୀ ଏସ୍‌ଏଚ୍‌ଜିରେ ଧାନ କିଣାରେ ଅବ୍ୟବସ୍ଥା : ୬ କେଜି କଟନୀରେ ଉଠୁଛି ଧାନ, ମହିଳା ଗୋଷ୍ଠୀଙ୍କ ଦେଖା ନାହିଁ

bbehera

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଘୁନସର ଗ୍ରାମରେ ଚଳିତ ବର୍ଷ କମଳିନୀ ମହିଳା ଗୋଷ୍ଠୀ ଧାନ କିଣୁଛନ୍ତି ହେଲେ ତାଙ୍କର ଦେଖା ଦର୍ଶନ ନଥିବାର କୁହାଯାଉଛି । ଅନ୍ୟପଟେ ଚାଷୀଙ୍କୁ ଶୋଷଣ କରୁଥିବା ମଧ୍ୟ ଚାଷୀ ଅଭିଯୋଗ କରିଛନ୍ତି । ିକ୍ୱଣ୍ଟାଲ ପିଛା ୬ କେଜି ଧାନ କଟନୀ କରାଯାଉଥିବା ବେଳେ ଚାଷୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ଚାଷୀଙ୍କ ପାଇଁ ସରକାର ଦେଉଥିବା ସୁବିଧା ସୁଯୋଗର କୌଣସି ପ୍ରକାରର ବ୍ୟବସ୍ଥା କରାଯାଉ ନଥିବାର ଚାଷୀ ଅଭିଯୋଗ କରିଛନ୍ତି । ତେବେ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ତଦନ୍ତ କରି ଦୃଢ କାର୍ୟ୍ୟାନୁଷ୍ଠାନ ନେବା ପାଇଁ ବୁଦ୍ଧିଜୀବୀ ମହଲରେ ଦାବୀ ହେଉଛି ।

Leave A Reply

Your email address will not be published.

3 × three =