csstore

ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଶାସ୍ତ୍ରୀନଗରଠାରେ ମାଗଣା ଚକ୍ଷୁ ପରୀକ୍ଷାର ଆୟୋଜନ ଓ ଚଷମା ବଣ୍ଟନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ସହରାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ର ଶାସ୍ତ୍ରୀନଗରଠାରେ ଜାତୀୟ ସୁନେତ୍ର ଅଭିଯାନ ଅନ୍ତର୍ଗତ ମାଗଣା ଚକ୍ଷୁ ପରୀକ୍ଷା ଓ ଚଷମା ବଣ୍ଟନ କରାଯାଇଥିଲା । ବିଶେଶତଃ ଯେଉଁ ବ୍ୟକ୍ତି ବିଶେଷଙ୍କ ବ୍ୟାପକ ଚକ୍ଷୁ କ୍ଷତି କ୍ଷେତ୍ରରେ ସେମାନଙ୍କୁ ଅନ୍ୟତ୍ର ଯେଉଁଠି ସୁନେତ୍ର ଯୋଜନା ଅଭିଯାନ ଅନ୍ତର୍ଗତ ଚିକିତ୍ସା ପଦ୍ଧତି ଉପଲବ୍ଧ ସେ ସ୍ଥାନକୁ ଯିବାକୁ ପରାମର୍ଶ ଦିଆଯାଇଥିଲା । ଉପରୋକ୍ତ ମାଗଣା ଚକ୍ଷୁ ଶିବିରରେ ସର୍ବମୋଟ ୬୨ ଜଣ ନିଜ ଚକ୍ଷୁ ପରୀକ୍ଷା କରାଇଥିବା ବେଳେ ୯ ଜଣଙ୍କୁ ଉଚ୍ଚ ଚିକିତ୍ସା ପାଇଁ ପରାମର୍ଶ ଦିଆଯାଇଥିଲା । ଉପରୋକ୍ତ ଶିବିରରେ ଡ଼ା. ଉଷାରଣୀ ଦାସ (ଚକ୍ଷୁ ବିଶେଷଜ୍ଞ) ଯୋଗଦାନ କରି ସଭିଁଙ୍କର ଚକ୍ଷୁ ପରୀକ୍ଷା କରାଇଥିବା ବେଳେ ସ୍ୱାସ୍ଥ୍ୟ କେନ୍ଦ୍ରର ସଭ୍ୟ ସଭ୍ୟା ଶ୍ରୀମତୀ ସୂର୍ଯ୍ୟାଶ୍ମି ହୋତା, ମାମୀ ସିଂହଦେଓ, ରୋଜାଲିନା ହୋତା, ସତ୍ୟ ବ୍ରତ ଷଡ଼ଙ୍ଗୀ, ରୋନି ବଗର୍ତି, ମଣିଭଦ୍ର ବେହେରା ଇତ୍ୟାଦି ଶିବିରରେ ସହଯୋଗ କରିଥିଲେ । ସୁନେତ୍ର ଅଭିଯାନ ଅନ୍ତର୍ଗତ ଅନେକ ମାଗଣା ଚକ୍ଷୁ ପରୀକ୍ଷା ଆସନ୍ତା ଦିନମାନଙ୍କରେ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଆୟୋଜନ କରାଯିବାକୁ ଅନୁଷ୍ଠାନର ନିର୍ଦ୍ଦେଶକ, ଚେୟାରମ୍ୟାନ ସତ୍ୟ ରଞ୍ଜନ ମିଶ୍ର ଓ ରବି ରଞ୍ଜନ ପୂଜାରୀ ଜଣାଇ ସଭିଁଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.