ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଛିନ୍ଦେଇକେଲା ଚନ୍ଦ୍ରଶେଖର ମିନି ଷ୍ଟାଡିୟମରେ ରାଜିଂ ଷ୍ଟାର କ୍ରିକେଟ କ୍ଲବ ପକ୍ଷରୁ ଚାଲିଥିବା ୨୯ତମ ସର୍ବଭାରତୀୟ ଛିନ୍ଦେଇକେଲା କ୍ରିକେଟ କପ୍ ମଙ୍ଗଳବାର ଖେଳାଯାଇଥିବା ଫାଇନାଲ ମ୍ୟାଚ୍ରେ ପ୍ରୟାଗରାଜକୁ ହରାଇ ରାଞ୍ଚି ମେକନ ଚମ୍ପିୟାନ ହୋଇଛି । ସକାଳେ ଉଦଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ମାନସ ମେଡିକାଲ ଷ୍ଟୋର ପ୍ରୋପାଇଟର ପ୍ରଦୀପ୍ତ ସାହୁ ଓ ସମ୍ମାନିତ ଅତିଥି ଭାବେ ମାଲପଡା କ୍ଳଷ୍ଟର ସିଆର୍ସିସି ସନ୍ତୋଷ କୁମାର ମେହେର ଯୋଗଦେଇ ଖେଳ ଶୁଭାରମ୍ଭ କରିଥିଲେ । ରାଞ୍ଚି ମେକନ ଦଳ ପ୍ରଥମ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ ହରାଇ ୧୭୪ ରନ ସଂଗ୍ରହ କରିଥିଲେ । ଦଳ ପକ୍ଷରୁ ଅଙ୍କିତ ରାଜ ଗୁପ୍ତା ୫୧, ବିସ୍ତଳ ତିୱାରୀ ୩୧, ରଣବୀର କୁମାର ୨୭ ରନ ସଂଗ୍ରହ କରିଥିଲେ । ପ୍ରୟାଗରାଜ ଦଳରୁ ଏମଡି ଉମର ୨, ଅଖିଳେଶ ଯାଦବ ୨, ଏମ କ୍ରିଷ୍ଣା, ଅନୁରାଗ ସିଂ, ଏମଡି ଇନଜାମାମ୍ ୧ ୱିକେଟ ଲେଖାଏଁ ନେଇଥିଲେ । ୧୭୫ ରନ ବିଜୟ ଲକ୍ଷ୍ୟ ନେଇ ପ୍ରୟାଗରାଜ ଦଳ ୧୯.୨ ଓଭରରେ ସମସ୍ତ ୱିକେଟ ହରାଇ ୧୫୨ ରନ ସଂଗ୍ରହ କରି ୨୨ ରନରେ ପରାଜିତ ହୋଇଥିଲେ । ଦଳ ପକ୍ଷରୁ ଏମ କ୍ରିଷ୍ଣା ୮୮, ଏମଡି ଉମର ୨୮ ରନ ସଂଗ୍ରହ କରିଥିଲେ । ରାଞ୍ଚି ଦଳରୁ ସୁମିତ ସୌରଭ ୩, ଆକାଶ କୁମାର ସିଂ ୩, ଅନୁଜ ସିଂ, ଅକସତ ଝା, ଅନିବନ ଚାଟାର୍ଜୀ ୧ ୱିକେଟ ଲେଖାଏଁ ନେଇଥିଲେ । ଓସିଏ ଅମ୍ପାୟାର ଅମିୟ ଭୂଷଣ ସାହୁ ଓ ଓସିଏ ଅମ୍ପାୟାର ସୁଶାନ୍ତ ପାଣିଗ୍ରାହୀ ଖେଳ ପରିଚାଳନା କରିଥିଲେ । ସଚ୍ଚିଦାନନ୍ଦ ପଣ୍ଡା ମ୍ୟାଚ୍ ରେଫରୀ ଥିଲେ । ବୁନିଲ କୁମାର ସାହୁ, ପ୍ରମୋଦ ଦାସ ଓ ଧିରେଶ କୁମାର ସାହୁ ସ୍କୋରର ଥିବା ବେଳେ ରମେଶ ଚନ୍ଦ୍ର ସାହୁ, ତେଜରାଜ ଠାକୁର, ବିନୟ ସାହୁ, ନରେନ୍ଦ୍ର ନାଏକ, ଥବିର ଦୀପ ଓ ପ୍ରହଲ୍ଲାଦ ଭୋଇ ଧାରା ବିବରଣୀ ପ୍ରଦାନ କରିଥିଲେ । ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ବରଗଡ଼ ଲୋକସଭା ସାଂସଦ ପ୍ରଦୀପ ପୁରୋହିତ ଓ ସମ୍ମାନିତ ଅତିଥି ଭାବେ ଅଶୋକ ଜିନ୍ଦଲ, ବିଜୟ କୁମାର ସାହୁ, ସୌଦାଗର ସାହୁ, ପଙ୍କଜ କୁମାର ଭୋଇ, ମଦନଲାଲ ସାହୁ, ପ୍ରଦୀପ୍ତ କୁମାର ସାହୁ, ସୁଶାନ୍ତ କୁମାର ସାହୁ, ପ୍ରୀତମ ମେହେର, ସୌମ୍ୟରଞ୍ଜନ ପାଢ଼ୀ, ବଡ ଶତପଥୀ, ମାଳତୀ କୁଅଁର, ନନ୍ଦି କିଶୋର ନନ୍ଦ, ଜତୀନ ସାହୁ, ବିନନ୍ଦ ସାହୁ, ସନ୍ତୋଷ କୁମାର ସାହୁ, ନିତେଶ ଅଗ୍ରୱାଲ, ସୁମିତ ଅଗ୍ରୱାଲ ଯୋଗ ଚମ୍ପିୟାନ ଦଳକୁ ନଗଦ ୫୦ ହଜାର ସହ ଟ୍ରଫି ଓ ରନର୍ସ ଦଳକୁ ନଗଦ ୩୦ ହଜାର ସହ ଟ୍ରଫି ପ୍ରଦାନ କରିଥିଲେ । ରାଞ୍ଚି ଦଳର ଅଙ୍କିତରାଜ ଗୁପ୍ତାକୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ଦିଆଯାଇଥିବା ବେଳେ ପ୍ରୟାଗରାଜ ଦଳ କ୍ରିଷ୍ଣା ସରୋଜକୁ ପ୍ଳେୟାର ଅଫ୍ ଦି ଟୁର୍ଣ୍ଣାମେଣ୍ଟ ଦିଆଯାଇଥିଲା । ସଚ୍ଚିଦାନନ୍ଦ ପଣ୍ଡା ସଭା ପରିଚାଳନା କରିଥିଲେ । ଏହି ଅବସରରେ ଆୟୋଜକ ସଭାପତି ଯତୀନ ସାହୁ, ଉପସଭାପତି ଆଦର୍ଶ ସାହୁ, ସମ୍ପାଦକ କାହ୍ନୁଚରଣ ସାହୁ, କୋଷାଧ୍ୟକ୍ଷ ଆକାଶ ସାହୁ, ଉପଦେଷ୍ଟା ହେମସାଗର ସାହୁ, ପ୍ରଶାନ୍ତ ସାହୁ, ରୋହିତ ସାହୁ, ପ୍ରମୋଦ ସାହୁ, ଆନନ୍ଦ ସାହୁ, ସ୍ୱତନ୍ତ୍ର ସାହୁ, ମଣ୍ଟୁ ସାହୁ, ନରେଶ ସାହୁ, ଅଶ୍ୱିନୀ ସାହୁ, ଜୁନିୟର ପ୍ରଶାନ୍ତ ସାହୁ ଉପସ୍ଥିତ ଥିବା ସୁନିଲ ସାହୁ, ଜୟକିଶୋର ସୁନା, ଦୀପକ କୁମାର ସାହୁ, ସତ୍ୟ ସାହୁ, ରୂପକ ସେଠ, ସୁପିନ ସାହୁ, ସତ୍ୟ ସାହୁ, ପିଙ୍କୁ ସେଠ, ବୁଲୁ ସାହୁ, ପିଣ୍ଟୁ ସାହୁ, କବିରାଜ ସାହୁ, ରବି ଭୋଇ, ପୁସ୍ତମ ବଗର୍ତ୍ତି, ଋଷଭ ସାହୁ, ବିକାଶ ବେହେରା, ବିଲାଶ ବେହେରା, ଆଶିଷ ରଣା, ରାଜୁ ସାହୁ, ସୁରଜ୍ ସାହୁ, ଅନୁପମ ସାହୁ, ଆୟୁଷ୍ମାନ ସାହୁ, ସମୀର ସାହୁ, ଧିରଜ ସାହୁଙ୍କ ସମେତ କ୍ଲବର ସମସ୍ତ କର୍ମକର୍ତ୍ତା ପରିଚାଳନାରେ ସହଯୋଗ କରିଥିବା ବେଳେ ଉପଦେଷ୍ଟା ପ୍ରଶାନ୍ତ ସାହୁ ଧନ୍ୟବାଦ ଦେଇଥିଲେ ।