oom

ବିଦ୍ୟାଳୟ ଓପନ ଚେସ୍‌ ଅନୁଷ୍ଠିତ: ହର୍ଷିତ ଚମ୍ପିଆନ

jsmm

କଟକ : ଟଙ୍କପାଣି ରୋଡସ୍ଥିତ ବୀଣାପାଣି ଜ୍ଞାନମନ୍ଦିର ପରିସରରେ ଆର.ଏନ୍‌ ଦାସ ଫାଉଣ୍‌ଡେସନ ଏବଂ ଓଡ଼ିଶା ରାଜ୍ୟ ଚେସ୍‌ ସଂଘର ମିଳିତ ଆନୁକୂଲ୍ୟରେ ରବିବାର ୪ର୍ଥ ଡ. ଆର.ଏନ୍‌ ଦାଶ ସ୍ମାରକୀ ବିଦ୍ୟାଳୟ ଓପନ ଚେସ୍‌ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଥିବା ବେଳେ ମୁଖ୍ୟ ଅତିଥି ଭାବେ ଏବିଆଇଟି ଏମ୍‌ସିଏ ବିଭାଗ ମୁଖ୍ୟ ଡ. ଅମରେଶ ସାହୁ ଯୋଗଦେଇ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ଚେସ୍‌ ସଂଘ ଟୁର୍ଣ୍ଣାମେଣ୍ଟନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀ, ସାଇ ବୀଣାପାଣି ଜ୍ଞାନମନ୍ଦିର ସମ୍ପାଦକ ଭବାନୀ ଶଙ୍କର ମହାପାତ୍ର, ପ୍ରଧାନଶିକ୍ଷୟିତ୍ରୀ ମମତା ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ । ତେବେ ଏଥିରେ ହର୍ଷିତ ରଞ୍ଜନ ସାହୁ ଚମ୍ପିଆନ, ସ୍ଥିତପ୍ରଜ୍ଞ ସାହୁ ରନର୍ସଅପ ଓ ପ୍ରତୀକ୍‌ କୁଶଲ ରାଉତ ତୃତୀୟ ସ୍ଥାନରେ ରହିଥିଲେ । ୮ ବର୍ଷରୁ କମ୍‌ ବର୍ଗରେ ଆଦିତି ମହାରଣା ୧ମ, ୧୦ ବର୍ଷରୁ କମ ବର୍ଗରେ ଅମ୍ଲାନ ସେନାପତି ୧ମ, ଅର୍କା ମିଶ୍ର ୨ୟ, ୧୨ ବର୍ଷରୁ କମ୍‌ ବର୍ଗରେ ପ୍ରଜ୍ଞାଶ୍ରୀ ଦେହୁରୀ ୧ମ, ରୋହିତ ମଲ୍ଲିକ ୨ୟ, ବାଳିକା ବିଭାଗରେ ନିୟତି ନିହାରିକା ମହାପାତ୍ର ୧ମ, ପ୍ରିତିଶା ମିଶ୍ର ୨ୟ ସ୍ଥାନ ହାସଲ କରିଛନ୍ତି ।

jittmm
Leave A Reply

Your email address will not be published.