pakka

ଟ୍ରକ୍‌କୁ ଧକ୍କା ଦେଲା ପିକଅପ୍ ଭ୍ୟାନ୍ : ଦୁର୍ଘଟଣାରେ ଚାଳକ ମୃତ

bbehera

ଟାଙ୍ଗୀ : ଟ୍ରକ୍‌କୁ ଧକ୍କା ଦେଲା ପିକଅପ୍ ଭ୍ୟାନ୍ । ଦୁର୍ଘଟଣାରେ ଚାଳକଙ୍କ ମୃତ୍ୟୁ । ଖୋର୍ଦ୍ଧା ଜିଲ୍ଲାର ବାଲୁଗାଁ ଥାନା ଅଧିନସ୍ତ ଜାତୀୟ ରାଜପଥର ନୂଆଗଡ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ରାସ୍ତା ପାଖରେ ଅଟକି ରହିଥିବା ଏକ ମାଲ୍ ବୋଝେଇ ଟ୍ରକ୍‌କୁ ପଛପଟୁ ଧକ୍କା ଦେଲା ଏକ ପିକଅପ୍ ଭ୍ୟାନ୍ । ଦୁର୍ଘଟଣାସ୍ଥଳରେ ହିଁ ପିକଅପ୍ ଭ୍ୟାନ୍‌ ଚାଳକଙ୍କ ମୃତ୍ୟୁ ହୋଇଛି । ମୃତ ଡ୍ରାଇଭର ଜଣଙ୍କ ହେଉଛନ୍ତି ପଶ୍ଚିମବଙ୍ଗର ତପନ କୁମାର ପଣ୍ଡା ଏବଂ ପିକଅପ୍ ଭ୍ୟାନ୍‌ର ଚାଳକଙ୍କ ବେପାରୁଆ ଓ ଦ୍ରୁତ ଗତିରେ ଗାଡ଼ି ଚାଳନା ଯୋଗୁଁ ଏପ ଏପରି ଦୁର୍ଘଟଣା ଘଟିଛି ବୋଲି ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି । ବାଲୁଗାଁ ପୋଲିସ ପକ୍ଷରୁ ମୃତକ ପରିବାରକୁ ଅବଗତ କରାଯାଇଛି । ଅନ୍ୟପଟରେ ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ମୃତକ ଜଣକ ଗାଡ଼ି ମଧ୍ୟରେ ଚାପି ହୋଇ ରହିଥିଲେ । ତେଣୁ ସ୍ଥାନୀୟ ଦମକଳ ବାହିନୀ ପକ୍ଷରୁ ମୃତକଙ୍କୁ ଉଦ୍ଧାର କରାଯାଇଥିବା ଜଣା ପଡିଛି ।

jay balangir
Leave A Reply

Your email address will not be published.

4 × two =