jsm

ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ

csstore

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ଯମୁନା କନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ କମ୍ପୁଟର ମାଧ୍ୟମରେ ମାଗଣା ଚକ୍ଷୁ ପରୀକ୍ଷା ଶିବିର ପଦ୍ମପୁର ଟାଉନ କ୍ଲବ ଓ ମହାନଦୀ ନେତ୍ର ଚିକିତ୍ସାଳୟ ପଣ୍ତାପାଲି ବୀର ମହାରାଜପୁରର ମିଳିତ ଆନୁକୂଲ୍ୟରେ ରବିବାର ଅନୁଷ୍ଠିତ ହୋଇଯାଇଛି । ଏନେଇ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ପଦ୍ମପୁର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ଯୋଗଦାନ କରି ଏହାକୁ ଉଦ୍‌ଘାଟନ କରିଥିଲେ । ଏହି ଚକ୍ଷୁ ଶିବିରରେ ପାଇକମାଲ ବ୍ଲକ ଆଖପାଖ ଅଞ୍ଚଳର ବହୁ ଲୋକ ଉପକୃତ ହୋଇଥିଲେ । ଏହି ଶିବିରରେ ପଦ୍ମପୁର ଟାଉନ କ୍ଲବ ସଭାପତି ପ୍ରୀତେଶ ବହିଦାର, ଉପସଭାପତି ଅଶୋକ ମିଶ୍ର, ସଂପାଦକ କୁନାଲ ପାଣିଗ୍ରାହୀ, ସହସଂପାଦକ ଅଖିଳ ପଟ୍ଟନାୟକ, କୋଷାଧ୍ୟକ୍ଷ ଅମିତ ଗର୍ଗ, ନରେଶ ସୁନ୍ଦର ସାହୁ, ଦିନେଶ ବାରିକ, ସୁରଜ ସୁନା, ସମାଜସେବୀ ସରୋଜ ସାମଲ, ସାମ୍ବାଦିକ ବଡ ଶତପଥୀ, ରାଜ ବୋଡାସମ୍ବର ଜମିଦାର ସୁରେନ୍ଦ୍ର ପ୍ରତାପ ସିଂହ ବରିହା ପ୍ରମୁଖ ଯୋଗଦେଇ ଶିବିର ଆଖି ଏକ ପ୍ରଧାନ ଅଙ୍ଗ ଏହାର ସୁରକ୍ଷା ଏବଂ ଯତ୍ନ ଠିକ୍‌ ଭାବରେ ନେବା ଉଚିତ ବୋଲି ଅତିଥି ମାନେ ମତପ୍ରକାଶ କରିଥିଲେ । ଶିବିରରେ ୧୦୪ ଜଣ ମିହିଳା ଓ ପୁରୁଷଙ୍କ ଆଖି ପରୀକ୍ଷା କରାଯାଇ ୧୨ ଜଣଙ୍କୁ ମୋତିଆ ବିନ୍ଦୁ ହୋଇ ଥିବାର ଚିହ୍ନଟ କରାଯାଇଥିଲା । ମହାନଦୀ ନେତ୍ରାଳୟରୁ ଆସିଥିବା ଡା. ଦେବାଶିଷ ମେହେର, ଡା. ସରୋଜ କୁମାର ସିଂ, ଟେକନିସିଆନ ପ୍ରତ୍ୟାଲୋକ ସାହୁ, ମନୋଜ ସାହୁ ବ୍ରହ୍ମରାଜ ନାୟକ ଓ ଅଞ୍ଜଳି ମୀରା ଚକ୍ଷୁ ପରୀକ୍ଷାରେ ସହଯୋଗ କରିଥିଲେ । ରୋଶନ ପାଣିଗ୍ରାହୀ, ସୁଶାନ୍ତ ନାଗ, ପିଣ୍ଟୁ ଭୋଇ, ବିକି ଅଗ୍ରୱାଲ, ଯୋଗେନ୍ଦ୍ର ଭୋଇ, କୌଲାସ ଦିଶୀ ପ୍ରମୁଖ ବିଭିନ୍ନ କାମରେ ସହଯୋଗ କରିଥିଲେ ।

yuvodaya
Leave A Reply

Your email address will not be published.