pakka

ଟାଉନ କ୍ଲବ ପଦ୍ମପୁର ତରଫରୁ ମାଗଣା ଚକ୍ଷୁ ପରୀକ୍ଷା ଶିବିର

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ବରଗଡ ଜିଲ୍ଲାର ଏକ ଅର୍ଦ୍ଧ ବିକଶିତ ଓ ପଛୁଆ ଅଞ୍ଚଳ ହୋଇଥିବା ବେଳେ ବାରମ୍ବାର ଜରୁରୀ ଶିକ୍ଷା, ସ୍ୱାସ୍ଥ୍ୟ ଆଦି ବ୍ୟବସ୍ଥା ସବୁବେଳେ ଅପହଞ୍ଚ ରହିଛି । ଏଣୁ ସମୟ ସମୟରେ ପଦ୍ମପୁର ସ୍ଥାନୀୟ ଟାଉନ କ୍ଲବ ତରଫରୁ ବିଭିନ୍ନ ପ୍ରକାର ଶିକ୍ଷା, ସ୍ୱାସ୍ଥ୍ୟ ଓ ସାଂସ୍କୃତିକ କାର୍ୟ୍ୟକ୍ରମ ଅଞ୍ଚଳର ବିକାଶ ପଥରେ ସହଭାଗୀ ହୋଇଛି । ସେହିପରି ଆଜି ଟାଉନ କ୍ଲବ ତରଫରୁ ମହାନଦୀ ନେତ୍ର ଚିକିତ୍ସାଳୟ ବୀରମହାରାଜପୁର ଓ ପଦ୍ମପୁର ଟାଉନ କ୍ଲବର ମିଳିତ ଆନୁକୂଲ୍ୟରେ କ୍ଲବ ପରିସରରେ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଥିଲା । ଏହି ଶିବିରରେ ପଦ୍ମପୁର ଭାରପ୍ରାପ୍ତ ଏସ୍‌ଡ଼ିଏମ୍‌ଓ ଡ଼. ଜି.ପି.ଏସ୍‌. ମିଶ୍ର, ଟାଉନ କ୍ଲବ ସଭାପତି ଶିରିଷ ବହିଦାର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଶିବିରକୁ ଉଦଘାଟନ କରିଥିଲେ । ସମଗ୍ର ଅଞ୍ଚଳରୁ ମୋଟ ୨୧୧ ଜଣଙ୍କର ଚକ୍ଷୁ ପରୀକ୍ଷା ହୋଇଥିବା ବେଳେ ସେମଧ୍ୟରୁ ୭୫ ଜଣଙ୍କର ମାଗଣା ଚକ୍ଷୁ ଅପରେସନ କରାଯାଇଥିଲା । ମହାନଦୀ ନେତ୍ର ଚିକିତ୍ସାଳୟ ପକ୍ଷରୁ ଡା ପ୍ରଶାନ୍ତ ଶତପଥୀ, ମୋନାଲିସା ସାହୁ, ନିମାଇଁ ଚରଣ ଦଳବେହେରା, ପିଙ୍କି ବାଗ, ହରି ନାରାୟଣ ମିଶ୍ର, ବିକାଶ ପଣ୍ତା ଶିବିର ପରିଚାଳନାରେ ସହଯୋଗ କରିଥିବା ବେଳେ ପଦ୍ମପୁର ଟାଉନ କ୍ଲବ ପକ୍ଷରୁ ଗୋବିନ୍ଦ ପ୍ରସାଦ ଅଗ୍ରୱାଲ, ପ୍ରତାପ ମିଶ୍ର, ସୁନୀଲ ଅଗ୍ରୱାଲ, ସୁବାସ ପାତ୍ର, ଜି ଶ୍ରୀନିବାସ, ନରେଶ ସୁନ୍ଦର ମିଶ୍ର, ଯୁଗଳ କିଶୋର ସାହୁ, ରମିଜ ରାଜା, ପ୍ରମୋଦ ମେହେର, କୁନାଲ ପାଣିଗ୍ରାହୀ, ସୋମେଶ ଚନ୍ଦ୍ର ମହାନ୍ତି, ଶୁଭମ ପଟ୍ଟନାୟକ, ଆଦର୍ଶ ନାଥ, ଦିନେଶ ବାରିକ, ମଣ୍ଟୁ ପାଣ୍ତେ, ଲକ୍ଷ୍ମୀକାନ୍ତ ବରିହା, ଦୀପକ ବାରିକ, ଅମୀର ମେହେର ପ୍ରମୁଖଙ୍କ ଉଦ୍ୟମରେ କାର୍ୟ୍ୟକ୍ରମ ସଫଳ ମଣ୍ତିତ ହୋଇଥିଲା ।

Leave A Reply

Your email address will not be published.

5 + 18 =