ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ଖଡ଼ିଆଳ ସ୍ଥିତ ଖଡ଼ିଆଳ କ୍ଲବଠାରେ ତୃତୀୟ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ଖଡ଼ିଆଳ ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଚିନ୍ମୟ ଆଚାର୍ଯ୍ୟ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଉଦ୍‌ଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମେଜର ଡ଼ଃ.ରାମ ଚନ୍ଦ୍ର ମିଶ୍ର, ସୁଧୀର ପଟ୍ଟନାୟକ, ସନ୍ତୁ ପଟ୍ଟନାୟକ, ସଂଜୟ ନାୟକ ସହ ବହୁ ସଦସ୍ୟ ଯୋଗ ଦେଇଥିଲେ । ଆଗାମୀ ଦିନରେ ଲୋକଙ୍କୁ ମାଗଣା ଚକ୍ଷୁ ଶିବିର ଯୋଗାଇ ଦେବା ସହ ଯେଉଁ ବ୍ୟକ୍ତିଙ୍କର ଅସ୍ତ୍ରୋପଚାର ଆବଶ୍ୟକ ହୁଏ ସେମାନଙ୍କୁ ଭବାନୀପାଟଣାକୁ ପଠାଇ ଅସ୍ତ୍ରୋପଚାର କରାଯିବାର ବ୍ୟବସ୍ଥା ରହିଥିବା ସୂଚନା ଦିଆଯାଇଛି ।

Leave A Reply

Your email address will not be published.