ପର୍ଲିମାଲ ପଞ୍ଚାୟତରେ ଜଳ ସଂକଟ : ଖୋଳା ହେଲା ଅସ୍ଥାୟୀ ଚହଲା

ବେଲପଡା, (କେପିଏନ୍‌ଏସ୍‌) : ବେଲପଡା ବ୍ଲକ୍‌ ପର୍ଲିମାଲ ପଞ୍ଚାୟତରେ ଏବେ ଜଳ ସଂକଟ ଉତ୍କଟ ହୋଇଛି । ଗାଧୋଇବା ତ’ ଦୂରର କଥା ପିଇବା ପାଣି ମୁନ୍ଦାଏ ପାଇଁ ପଞ୍ଚାୟତ ପକ୍ଷରୁ ପଦକ୍ଷେପ ନିଆଯାଇଛି । ସରପଞ୍ଚ ପୁଷ୍ପାଞ୍ଜଳି ପାଢୀ ଅଞ୍ଚଳର ଲାହାନ୍ତ ନଦୀରେ ନିଜେ ଉପସ୍ଥିତ ରହି ଏକ ଅସ୍ଥାୟୀ ଚହଲା ଖୋଲାଇଛନ୍ତି । ତାଙ୍କ ମତ ଅନୁଯାୟୀ ନଦୀ ଶୁଖିଯିବାରୁ ଗୋରୁ, ଛେଳି ତଥା ଅନ୍ୟ ପ୍ରାଣୀମାନେ ପାଣି ପାଇ ପାରୁନାହାନ୍ତି । ଚହଲା ଖୋଲିବା ପରେ ଏହା ଅଞ୍ଚଳବାସୀଙ୍କ ପାଇଁ ସୁବିଧା ହେବ ବୋଲି ଶ୍ରୀମତୀ ପାଢୀ ମତ ରଖିଛନ୍ତି ।

Leave A Reply

Your email address will not be published.

five × 3 =