ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସର ଚଢ଼ଉ

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ କନିଷ୍ଠ ଯନ୍ତ୍ରୀ ଭାବେ କାର୍ୟ୍ୟ କରୁଥିବା ଗିରୀଶ ଚନ୍ଦ୍ର ପାତ୍ରଙ୍କ ବାସ ଭବନରେ ଆଜି ଭିଜିଲାନ୍ସ ପକ୍ଷରୁ ଚଢ଼ଉ କରିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢ଼ଉ ହୋଇଥିବା କୁହାଯାଉଛି। ଏନେଇ ଯନ୍ତ୍ରୀ ରହୁଥିବା ଭଡା ଘର, ଦେଓଗାଁ ବ୍ଲକର ସରକାରୀ କାର୍ୟ୍ୟାଳୟ ଏବଂ ପୈତୃକ ଗ୍ରାମରେ ଚଢ଼ଉ ଜାରି ରହିଛି । ଏହି ଚଢ଼ଉରେ ବଲାଙ୍ଗିର, ସୁବର୍ଣ୍ଣପୁର ଓ ସମ୍ବଲପୁରର ଭିଜିଲାନ୍ସ ଟିମ୍‌ ସାମିଲ ଅଛନ୍ତି । ଚଢ଼ଉ ଶେଷ ହେବା ପରେ ସବୁ ତଥ୍ୟ ମିଳିବ ଓ ବର୍ତ୍ତମାନ ପର୍ୟ୍ୟନ୍ତ ୮୨ ହଜାର ଟଙ୍‌ଙ୍କା ତାଙ୍କ ଘରୁ ମିଳିଛି ବୋଲି ବଲାଙ୍ଗିର ଜିଲ୍ଲା ଭିଜିଲାନ୍ସ ଡ଼ିଏସପି କାଦମ୍ବିନୀ ସାମଲ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.