pr

ସି-ସୋର୍‌ ତଦନ୍ତ ପନ୍‌ଝାରେ ଦେବୀ ମିଶ୍ର

dr. purohit

ଭୁବନେଶ୍ୱର : ବହୁଚର୍ଚ୍ଚିତ ସି-ସୋର୍‌ ଚିଟ୍‌ଫଣ୍ଡ ମାମଲା ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଫେରିଥିବା ବେଳେ ସିବିଆଇ ତଦନ୍ତ ପନ୍‌ଝାରେ ଏବେ ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନର ବିଜେଡ଼ି ବିଧାୟକ ଦେବୀପ୍ରସାଦ ମିଶ୍ର ଆସିଥିବା ବେଳେ ତାଙ୍କ ସରକାରୀ ତଥା ପୈତୃକ ବାସଭବନ ସହ ୮ଟି ସ୍ଥାନରେ ଚଢ଼ଉ କରିଛି ସିବିଆଇ । ତେବେ ଦୀର୍ଘ ଦିନର ନୀରବତାକୁ ଭାଙ୍ଗି ଏହି ସିବିଆଇ ଚଢ଼ଉ ରାଜନୀତିକ ମହଲରେ ନାନା ପ୍ରକାର ଆଲୋଚନା ପର୍ଯ୍ୟାଲୋଚନା ପରିସରକୁ ଆସିଛି । କଂଗ୍ରେସ ପକ୍ଷରୁ ଏହାକୁ ସମାଲୋଚନା କରାଯାଇଥିବା ବେଳେ ବିଜେପି. ପକ୍ଷରୁ ଯିଏ ଦୋଷ କରିଛି, ସିଏ ଦଣ୍ଡ ପାଇବ ବୋଲି କୁହାଯାଇଛି । ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନର ବିଧାୟକ ଶ୍ରୀ ମିଶ୍ର କହିଛନ୍ତି ଯେ, ୨୦୧୪ରୁ ଏହି ତଦନ୍ତ ଚାଲିଛି ଏବଂ ସେ ତଦନ୍ତରେ ସହଯୋଗ କରି ଆସିଛନ୍ତି । ଏହି ପ୍ରକଳ୍ପରେ ସରକାରଙ୍କ ନିଷ୍ପତ୍ତି ଅନୁସାରେ ସେ ଦାୟିତ୍ୱ ତୁଳାଇଛନ୍ତି । ପୂର୍ବରୁ ତାଙ୍କୁ ନୋଟିସ୍‌ ହୋଇଥିଲା ଏବଂ ସେ ଯୋଗ ଦେଇଥିଲେ ମଧ୍ୟ । ସେ କହିଛନ୍ତି ଯେ, କରୋନା ପରବର୍ତ୍ତୀ ସଂଗରୋଧରେ ସେ ଅଛନ୍ତି । ସିବିଆଇଙ୍କୁ ଏ ସଂପର୍କରେ କହିବା ସତ୍ତେ୍ୱ ସେମାନେ ଆଗ୍ରହ ପ୍ରକାଶ କରିଥିବା ବେଳେ ସେ ସମସ୍ତ ପ୍ରକାର ସହଯୋଗ କରିଛନ୍ତି ।

nrusinghnath
Leave A Reply

Your email address will not be published.