ଚୀନ୍‌ ସହ ଚାଲିଥିବା ସଂଘର୍ଷରେ ଚୀନ୍‌କୁ ସହଯୋଗ କରିବାକୁ ପାକିସ୍ତାନ ଚେଷ୍ଟିତ

ନୂଆଦିଲ୍ଲୀ : କାଶ୍ମୀରରେ ପୁଲ୍‌ୱାମା ଭଳି ଏକ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣର ଷଡ଼ଯନ୍ତ୍ରକୁ ଗତ ଗୁରୁବାର ଦିନ ଭାରତୀୟ ସୁରକ୍ଷା ବାହିନୀ ବିଫଳ କରିଦେଇଛି । ଭାରତୀୟ ସେନାର ଯବାନ୍‌ମାନେ ଗଦିକଲ ନିକଟସ୍ଥ କାରେବାରେ ଜୈସ-ଏ-ମହମ୍ମଦର ଆତଙ୍କବାଦୀଙ୍କଠାରୁ ୫୨ କିଲୋଗ୍ରାମ ବିସ୍ଫୋଟକ ଜବତ କରି ସେମାନଙ୍କ ଚକ୍ରାନ୍ତକୁ ବିଫଳ କରିଛନ୍ତି । ତେବେ ଏହି ବିସ୍ପୋଟକକୁ ୪୧୬ ପ୍ୟାକେଟ୍‌ସ୍‌ରେ ଭାଗ କରି ଏସବୁକୁ ଘାଟିରେ ବଣ୍ଟା ଯାଇଥିଲା, ଯାହାଫଳରେ ପୁଲୱାମାରେ ଏକ ବଡ଼ ଧରଣର ଆକ୍ରମଣ କରା ଯାଇପାରିଥାନ୍ତା । ସୂଚନା ଅନୁସାରେ ଅବନ୍ତିପେରା ନିକଟସ୍ଥ ଗଦିକଲରେ ଜାମ୍ମୁ-କାଶ୍ମୀର ପୁଲିସ, ସେନା ଏବଂ ସିଆର୍‌ପିଏଫ୍‌ର ମିଳିତ ତଲାସୀ ଅଭିଯାନରେ ଚଢ଼ଉ ଅବସରରେ ବିସ୍ପୋଟକର ଏହି ପ୍ୟାକେଟ୍‌ ସବୁ ଜବତ୍‌ ହୋଇଥିଲା । ଏସବୁ ପ୍ୟାକେଟ୍‌କୁ ଏକ ଜଂଗଲ ପାଖରେ ଥିବା ଏକ ନର୍ସରୀରେ ୨୫୦ ଲିଟର କ୍ଷମତା ରଖୁଥିବା ୨ଟି ପ୍ଲାଷ୍ଟିକ ଟ୍ୟାଙ୍କ ଭିତରେ ରଖା ଯାଇଥିଲା । ଭାରତୀୟ ଜବାନ୍‌ମାନେ ଅଣ୍ଡରଗ୍ରାଉଣ୍ଡ ପ୍ଲାଷ୍ଟିକ ୱାଟର୍‌ ଟ୍ୟାଙ୍କ ଭିତରକୁ ଯାଇ ୪୧୬ ପ୍ୟାକେଟ୍‌ ବିସ୍ପୋରକ ଜବତ୍‌ କରିଛନ୍ତି, ଯେଉଁଥିରେ ପ୍ରତ୍ୟେକ ପ୍ୟାକେଟ୍‌ର ଓଜନ ୧୨୫ ଗ୍ରାମ ଥିଲା ବୋଲି କୁହାଯାଇଛି । ଏହାସହ ଏକ ଅନ୍ୟ ପ୍ଲାଷ୍ଟିକ୍‌ ୱାଟର୍‌ ଟ୍ୟାଙ୍କରେ ଲୁଚା ଯାଇଥିବା ପାଖାପାଖି ୫୦ ଡେଟୋନେଟର ମଧ୍ୟ ଜବତ କରାଯାଇଥିଲା ।

Leave A Reply

Your email address will not be published.