ଦିନକରେ ୧୩୮୪ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍ଏସ୍) : ଘୋଟୁଛି କରୋନା ସଂକ୍ରମଣ । ୨୪ ଘଂଟା ଭିତରେ ପୁଣି ୧୩୮୪ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୮୭୩ ଜଣ କ୍ୱାରେନ୍ଟାଇନ୍ରୁ ଏବଂ ୫୧୧ ଜଣ ସ୍ଥାନୀୟ ଅଂଚଳରୁ ବୋଲି କୁହାଯାଇଛି । ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଖୋର୍ଦ୍ଧାରୁ ୨୧୧, ଗଂଜାମରୁ ୩୩୧, ସମ୍ବଲପୁରରୁ ୯୩, କୋରାପୁଟରୁ ୯୭, କଟକରୁ ୮୯, ଗଜପତିରୁ ୬୧, ସୁନ୍ଦରଗଡ଼ରୁ ୪୬, ବାଲେଶ୍ୱରରୁ ୭୯, ବଲାଙ୍ଗିରରୁ ୫୧, ମାଲକାନଗିରିରୁ ୩୯, ଭଦ୍ରକରୁ ୨୫, ବରଗଡ଼ରୁ ୩୩, ଅନୁଗୁଳରୁ ୧୩, ଢେଙ୍କାନାଳରୁ ୧୧, ଜଗତସିଂହପୁରରୁ ୨୨, ମୟୁରଭଂଜରୁ ୨୯, ନବରଂଗପୁରରୁ ୨୬, ନୟାଗଡ଼ରୁ ୨୨, ଯାଜପୁରରୁ ୧୮, ଝାରସୁଗୁଡ଼ାରୁ ୭, ନୂଆପଡ଼ାରୁ ୫, ପୁରୀରୁ ୧୭, ରାୟଗଡ଼ାରୁ ୩୮, ସୋନପୁରରୁ ୬ ଜଣ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୬ ହଜାର ୨୯୭କୁ ବୃଦ୍ଧି ପାଇଛି

Leave A Reply

Your email address will not be published.