pakka

ସୁପ୍ରିମ ଟାକ୍ସ ଜେନେରାଲ ହସପିଟାଲଠାରେ ବିଶ୍ୱ କର୍କଟ ଦିବସ ପାଳିତ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ସହର ସ୍ଥିତ ସୁପ୍ରିମ ଟାକ୍ସ ଜେନେରାଲ ହସ୍‌ପିଟାଲ ଠାରେ ଭାରତୀୟ ଦନ୍ତ ଚିକିତ୍ସକ ସଂଘ ଏବଂ ସୁପ୍ରିମ ଟାକ୍ସ ନର୍ସିଂ କଲେଜ ଓ ହସ୍ପିଟାଲର ମିଳିତ ଆନୁକୂଲ୍ୟରେ ବିଶ୍ୱ କର୍କଟ ଦିବସ ପାଳିତ ହୋଇଯାଇଛି । ସୁପ୍ରିମ ଟାକ୍ସର ରାଷ୍ଟ୍ରୀୟ ନିର୍ଦ୍ଦେଶକ ଅଜିତ ପାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଚେତନତା ସଭାରେ ଦନ୍ତରୋଗ ବିଶେଷଜ୍ଞ ଡା. ପୱଜନ୍ୟ ପଣ୍ଡା, ଡା. ଶ୍ରୀୟାସ ପାଣିଗ୍ରାହୀ, ଡା.ଯଶବୀର ମେହେର ଓ ଡା. ସ୍ନେହା ବିଶ୍ୱାସ ଅତିଥି ଭାବେ ଯୋଗ ଦେଇ ବିଶ୍ୱ କର୍କଟ ଦିବସ ପାଳନର ମହତ୍ୱ, ମୁଖ୍ୟ କର୍କଟ ରୋଗର କାରଣ, ଲକ୍ଷଣ ଓ ନିରାକରଣ ବିଷୟରେ ଆଲୋକପାତ କରିଥିଲେ । ସୁପ୍ରିମ ଟାକ୍ସର ଫାଇନେନ୍ସ ନିର୍ଦ୍ଦେଶିକା ଶ୍ରୀମତୀ ବିଭୁପ୍ରିୟାପାଲ ସହ ନିର୍ଦ୍ଦେଶକ ପ୍ରବିଣ ନାଗ, ଅଧ୍ୟକ୍ଷା ଶ୍ରୀମତୀ ଲକ୍ଷ୍ମୀ ମେହେର, ସୁପରିଟେଣ୍ଡଣ୍ଟ ସିମନ ପାଲ, ହସ୍‌ପିଟାଲ ମ୍ୟାନେଜର ସତ୍ୟ ସୁନ୍ଦର ଦୀପ, ସି-ରୁହାମା, ସ୍ୱାତୀ ପ୍ରିୟା ଦାସ ପ୍ରମୁଖ ମଞ୍ଚାସୀନ ଥିଲେ । ସୁପ୍ରିମ ଟାକ୍ସ କଲେଜର ସମସ୍ତ ଛାତଛାତ୍ରୀ ଉପସ୍ଥିତ ଥିଲେ ।

jay balangir
Leave A Reply

Your email address will not be published.

17 + ten =