jsm

ବଲାଙ୍ଗିର ଜିଲ୍ଲା ବସ ମାଲିକ ସଂଘ ନିର୍ବାଚନ

csstore

ବଲାଙ୍ଗିର, (ଦେବାଶିଷ ମିଶ୍ର) : ୨୦୨୫ – ୨୬ ବର୍ଷ ପାଇଁ ବଲାଙ୍ଗିର ଜିଲ୍ଲା ବସ ମାଲିକ ସଂଘର ନିର୍ବାଚନ ଅନୁଷ୍ଠିତ ହୋଇ ନୂତନ କର୍ମକର୍ତ୍ତାମାନଙ୍କୁ ନିର୍ବାଚିତ କରାଯାଇଛି । ଏହି ନିର୍ବାଚନରେ ଦୁର୍ଗାଚରଣ ବେହେରା ପୁଣି ଥରେ ସଭାପତି ଭାବରେ ନିଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି । ଠିକ୍‌ ସେହିପରି ଉପ ସଭାପତି ପଂଚାନନ ଆଚାର୍ଯ୍ୟ (ଲିକୁନ), ସାଧାରଣ ସଂପାଦକ ସୌମେନ୍ଦ୍ର ପରିଚ୍ଛା (ଚଗଲା), ସହ ସଂପାଦକ ଶଙ୍କର କୁମାର ପଟ୍ଟନାୟକ ଏବଂ କୋଷାଧ୍ୟକ୍ଷ ଭାବକ୍ସର ଶିବ ଶଙ୍କର ପଟେଲ ନିଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି । ଏତଦ୍‌ ବ୍ୟତୀତ ସଂଘର କାର୍ଯ୍ୟକାରିଣୀ ସଦସ୍ୟ ଭାବରେ ତ୍ରିନାଥ ପାତ୍ର, ସଂଜିବ ମହାନ୍ତି, ସଂଜିବ ସାହୁ, ଜୟନ୍ତ କୁମାର ଦେଓ, ଭବାନୀ ଶଙ୍କର ପଟେଲ, ଜିତେନ୍ଦ୍ର କୁମାର ଭୋଇ, ସଂଜିବ ପଣ୍ଡା, ଚନ୍ଦ୍ରମଣି ତ୍ରିପାଠୀ, ସୁମନ୍ତ କୁମାର ପଟେଲ, ଅରୁଣ କୁମାର ବରେଇ, ଜ୍ୟୋତି ପ୍ରକାଶ କୁମ୍ଭାର, ପାରିଶ କୁମାର ପଟେଲ ପ୍ରମୁଖ ସର୍ବ ସମ୍ମତି କ୍ରମେ ନିଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି ।

yuvodaya
Leave A Reply

Your email address will not be published.