csstore

କୁଲୁତା ସମାଜ ପକ୍ଷରୁ ବଲାଙ୍ଗିରରେ ବୃକ୍ଷରୋପଣ

ବଲାଙ୍ଗିର, (ଦେବାଶିଷ ମିଶ୍ର) : କୁଲୁତା ସମାଜ ବଲାଙ୍ଗିର ପକ୍ଷରୁ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସମାଜର ସଭାପତି ଶଙ୍କର୍ଷଣ ପଧାନ ଓ ସଂପାଦକ ଶାନ୍ତନୁ କୁମାର ଭୋଇଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ବୃକ୍ଷରୋପଣ କର୍ଯ୍ୟକ୍ରମ ରାମଚଣ୍ଡି ସେବା ସଦନ କାମାକ୍ଷିନଗର, ବଲାଙ୍ଗିରରେ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକି ସାହୁ ଓ ସମ୍ମାନିତ ଅତିଥି ଭାବରେ ଜିଲ୍ଲା କୁଲୁତା ସମାଜ ସଭାପତି ବେଲାର ସିଂ ଭୋଇ, ପୁଇଁନ୍ତଲା ପଂଚାୟତ ସମିତି ଅଧ୍ୟକ୍ଷ ସରୋଜ କୁମାର ପଧାନ ଯୋଗଦାନ କରି ବୃକ୍ଷରୋପଣ କରିଥିଲେ । ଏହି ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ ଉପଦେଷ୍ଟା ରାହାସ ବିହାରୀ ମାଝି, ସୁରଥ ପଧାନ, କୋଷାଧ୍ୟକ୍ଷ ଶିରୋମଣି ସାହୁ, ସହ-ସଂପାଦକ ମଧୁ ସାହୁ, ସହଦେବ ପଧାନ, ପ୍ରହଲ୍ଲାଦ ଭୋଇ, କୁନ୍ତଳା ଗଡତ୍ୟ, ଇଂ ଭୁବନ ସାହୁ, ରାମଚନ୍ଦ୍ର ଭୋଇ, ପୂର୍ବ ସଭାପତି ରବିନ୍ଦ୍ର କୁମାର ପଧାନ, ଶାନ୍ତନୁ ପାତ୍ର, ଯୁବ ସାମ୍ମୁଖ୍ୟର ରବିନ୍ଦ୍ର ପଧାନ, ଲେଙ୍କା ସାହୁ, ସଂଜିବ କୁମାର ସାମଲ, ସୁଦର୍ଶନ ସାହୁ, ରୋହିମ ରଂଜନ ସାହୁ, ପ୍ରକାଶ ସାହୁ, ଶ୍ରୀନିବାସ ସାହୁ ତଥା ସମାଜର ସମସ୍ୟ ସଦସ୍ୟାମାନେ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.