csstore

ଆଦିବାସୀ ଅଧିକାର ମହାସଂଘର ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଦିବାସୀ ଅଧିକାର ମହାସଂଘ ବଲାଙ୍ଗିର ସମସ୍ତ କର୍ମକର୍ତ୍ତାଙ୍କ ଉପସ୍ଥିତିରେ ରାହାସ ବିହାରୀ ଭୋଇଙ୍କ ସଭାପତିତ୍ୱରେ ବୈଠକ ଅନୁଷ୍ଠିତ ହୋଇଥିଲା । ସଂଘର କାର୍ଯ୍ୟକାଳ ସମାପ୍ତ ହୋଇଥିବାରୁ ସମସ୍ତଙ୍କ ନିଷ୍ପତ୍ତି କ୍ରମେ ନୂତନ କର୍ମକର୍ତ୍ତା ଚୟନ କରାଗଲା । ସଭାପତି ଭାବରେ ମୟ ପ୍ରଧାନୀ, ସଂପାଦକ ସୁରେନ୍ଦ୍ର ଭୋଇ, ଉପ-ସଭାପତି ଚନ୍ଦ୍ର ଶେଖର ଜାଲ, ତ୍ରିପୁରା ମୁଣ୍ଡା, ସହ-ସଂପାଦକ ସୁଧିର ମୁଣ୍ଡା, ସୁରେନ୍ଦ୍ର ମାଝି, କୋଷାଧ୍ୟକ୍ଷ ଅଶୋକ କୁମାର ବୁଡେକ, ଗଣମାଧ୍ୟମ ଅଧ୍ୟକ୍ଷ କାଳିନ୍ଦ୍ରୀ ମାଝି, ସଭ୍ୟ ବିରବର ଧ୍ୱଜ, ଆଲୋକ ଭୋଇ, ରାତୁ କାଲସାଏ, ମୁଖ୍ୟ ଉପଦେଷ୍ଟା ଯଥା ବିଶ୍ୱାଲ, ଉପଦେଷ୍ଟା ରାହସ ବିହାରୀ ଭୋଇ । ଆଗାମି ଦିନରେ ଆଦିବାସୀ ଅଧିକାର ମହାସଂଘ ଗ୍ରାମାଂଚଳର ଆଦିବାସୀମାନଙ୍କ ପାଖରେ ସମ୍ବିଧାନିକ ହକ୍‌ ଅଧିକାର କିିପରି ପହଂଚି ପାରିବ ମତ ପ୍ରକାଶ ପାଇଥିଲା ଏବଂ ଆସନ୍ତା ତା.୦୯.୦୮.୨୦୨୫ ବିଶ୍ୱ ଆଦିବାସୀ ଦିବସ ବଲାଙ୍ଗିର ସହର ଭିତରେ ମହାଆଡମ୍ବରରେ ପାଳନ କରିବା ପାଇଁ ନିଷ୍ପତ୍ତି ନିଆଗଲା । ଗୁଲଠୁ ସିଂ ମାଝି, ପୁରନ୍ଦର ମୁଣ୍ଡା, ନାରାୟଣ ଭୋଇ, କେଶବ ଭୋଇ, ବାସୁଦେବ ଭୋଇ, ସୁଦର୍ଶନ ଭୋଇ, ଶଙ୍କର ମୁଣ୍ଡା, ବିଭିନ୍ନ ସଂପ୍ରଦାୟର ଶତାଧିକ ଆଦିବାସୀମାନେ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.