csstore

ବୁଡି ଅଞ୍ଚଳ ଗ୍ରାମ ବାରପୁଡୁଗିଆ ଓ ବରପିଟାରେ କୃଷି ବିଭାଗର ସଭା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଲୋୟର ସୁକତେଲ ଆଶିଂକ ବୁଡି ଅଂଚଳ ଗ୍ରାମ ବାରପୁଡୁଗିଆ ଓ ବରପିଟା ଉଭୟ ଗ୍ରାମରେ କୃଷି ବିଭାଗ ତରଫରୁ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଚାଷୀମାନେ କିଭଳି ଉପକୃତ ହେବେ ବୁଡି ଅଂଚଳବାସୀଙ୍କୁ ନେଇ ଏଥିରେ ଆଲୋଚନା ହୋଇଥିଲା । ଏହି ଉଭୟ ଆଂଶିକ ଜଳମଗ୍ନ ହେଉଥିବାରୁ ଏହି ଗ୍ରାମ ଗୁଡିକର ଚାଷୀମାନେ କିପରି ଅଧିକ ଅମଳ କରି ପାରିବେ ତା’ ସହିତ ଗୋପାଳନ, ବତକ ଚାଷ, ମତ୍ସ୍ୟ ଚାଷ ଇତ୍ୟାଦି କରିବା ପାଇଁ ଚାଷୀମାନଙ୍କୁ ସମସ୍ତ ସହଯୋଗ ଯୋଗାଇ ଦେବା ପାଇଁ ସରକାର ତରଫରୁ ପ୍ରତିଶୃତି ଦିଆଯାଇଥିଲା । ଚାଷୀମାନେ ଦାବୀ କରିଥିଲେ ଯେ, କିରୋସିନି ପମ୍ପ ବ୍ୟବହାର ହେଉ ନ ଥିବାରୁ ପାଣି ପାଇଁ ଚାଷ ଜମିରେ ବହୁତ ସମସ୍ୟାର ସମ୍ମୁଖିନ ହେଉଛନ୍ତି । ସୋଲାର ସହାୟତାରେ ପାଣି ଉଠାଇବା ପାଇଁ ଚାଷ ଜମିମାନଙ୍କରେ ସୋଲାର ପ୍ଲାଣ୍ଟ ଲଗାଇବା ପାଇଁ ଦାବୀ କରିଥିଲେ । ଏହି ସଭାରେ ସଂଜୟ କୁମାର ପାଣି ସିଡିଏଓ ବଲାଙ୍ଗିର, ପ୍ରଶାନ୍ତ କୁମାର ମହାନ୍ତି ଏଡିଓ, ବଲାଙ୍ଗିର, ଜଗବନ୍ଧୁ ପଟେଲ, ପୁର୍ଣ୍ଣିମା ମିଶ୍ର, ଜ୍ୟୋସ୍ନା ଛୁରା, ସରପଞ୍ଚ ଜନ୍ମେଜୟ ମେହେର, ସମିତି ସମ୍ପାଦକ ପ୍ରମୋଦ କର୍ମୀ, ମେମ୍ବର ଲବ ନାଗ, ଚୈତନ ସା, ବିକାଶ ନାଏକ, ପର୍ଶୁରାମ ନାଏକ, ପ୍ରକାଶ ନାଏକ, ସଂଜୟ, ସଦାନନ୍ଦ, ବିଜୟ, ବିଶ୍ୱରାଜ ସାଏ ଉପସ୍ଥିତ ଥିଲେ । କୃଷକ ସାଥୀ ଜୟକୃଷ୍ଣ ମିଶ୍ର ଧନ୍ୟବାଦ ଜ୍ଞାପନ କରିଥିଲେ ।

jayashree
Leave A Reply

Your email address will not be published.