pakka

ଧର୍ମଗୁରୁ ସାଧୁ କିଶନ ସିଂଙ୍କ ବୃତ୍ତ ଚିତ୍ର ଉଦ୍‌ଘାଟିତ

bbehera

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବେଥେସଦା ପ୍ରେୟାର ମିନିଷ୍ଟ୍ରି ଫାଉଣ୍ଡେସନ୍‌ ଓ ଚେରିଟେବୁଲ ଟ୍ରଷ୍ଟ ପକ୍ଷରୁ ଦୁଇ ଦିନିଆ ପ୍ରାର୍ଥନା ସଭା ଏବଂ ଧର୍ମଗୁରୁ ସାଧୁ କିଶନ ସିଂଙ୍କ ଜୀବନି ଉପରେ ନିର୍ମିତ ବୃତ୍ତ ଚିତ୍ର ଉଦ୍‌ଘାଟିତ ହୋଇଯାଇଛି । ସ୍ଥାନୀୟ ବିଜୁ ପଟ୍ଟନାୟକ ଟାଉନ ହଲ୍‌ଠାରେ ଅନୁଷ୍ଠିତ ଉକ୍ତ ସଭାରେ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ଯୋଗଦେଇ ପ୍ରାର୍ଥନାର ବିଶେଷ ପ୍ରଭାବ ଏହି ଧାରା ପୃଷ୍ଠରେ ରହିଛି । ଜୀବ ଜଗତର ଶ୍ରେଷ୍ଠ ପ୍ରାଣୀ ମନୁଷ୍ୟ ସମାଜ ପାଇଁ ସବୁ ସମୟରେ ପ୍ରାର୍ଥନାର ଆବଶ୍ୟକତା ରହିଛି ବୋଲି କହିଥିଲେ । ମୁଖ୍ୟ ବକ୍ତା ଭାବେ ଭାଇ ସେଥି କୁମାର ଯୋଗଦେଇ ବାଇବେଲ ପ୍ରଦର୍ଶିତ ମାର୍ଗରେ ସବୁବେଳେ ଚାଲିବା ଉଚିତ୍ ବୋଲି କହିଥିଲେ । ସଭାରେ ଅନ୍ୟ ଅତିଥିମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ସତ୍ୟ ନାରାୟଣ ପ୍ରଧାନ, ଆଚାର୍ଯ୍ୟ ବେଞ୍ଜାମିନ ନନ୍ଦ, ପଶ୍ଚିମ ଓଡ଼ିଶା କଳାକାର ମହାସଂଘର ଅଧକ୍ଷ ଚୈତନ୍ୟ ପାଇକ, ଉପାଧ୍ୟକ୍ଷ ତଥା ଧନୁଯାତ୍ରାର ମୁଖ୍ୟ ଅଭିନେତା ଭୁବନେଶ୍ୱର ପ୍ରଧାନ, ଯୁବ ନେତା କମଲ ତାଣ୍ଡି, ଜନ୍ ସିଂ ପ୍ରମୁଖ ମଞ୍ଚାସୀନ ଥିଲେ । ସଭାକୁ ଫାଉଣ୍ଡେସନର ନିର୍ଦ୍ଦେଶକ ଆଚାର୍ଯ୍ୟ ଡଃ ସୁକାନ୍ତ କୁମାର ବାଗ ପରିଚାଳନା କରିଥିବା ବେଳେ ପାଳକ ସାମୁଏଲ ନାଗ ସଭାକୁ ସଂଯୋଜନା କରିଥିଲେ । ଏହି ଅବସରରେ ଧର୍ମଗୁରୁ ସାଧୁ କିଶନ ସିଂଙ୍କ ଜୀବନି ଉପରେ ଭାଇ ସାଥି କୁମାର ଏବଂ ପ୍ରଭାକର, ସୋନୁ କୁମାର (ମୁମ୍ବାଇ)ଙ୍କ ଦ୍ଵାରା ନିର୍ମିତ ଓ ନିର୍ଦ୍ଦେଶିତ ବୃତ୍ତ ଚିତ୍ରକୁ ସଭାରେ ପାଳକ ବେଞ୍ଜାମିନ ନନ୍ଦ ଏବଂ ବରିଷ୍ଠ ସାମ୍ବାଦିକ ସତ୍ୟ ନାରାୟଣ ପ୍ରଧାନ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ପ୍ରାରମ୍ଭରେ ସୁଶ୍ରୀ କାଜଲ ଓ ତାଙ୍କ ଦଳ ପ୍ରାର୍ଥନା ସଂଗୀତ ଗାନ କରିଥିଲେ । ସଭା ପରିଚାଳନାରେ କପିଲ୍ ଓ ରାଜୁ ନାଗ ସହଯୋଗ କରିଥିଲେ । ପରେ ହଲ୍‌ରେ ସାଧୁ କିଶନ ସିଂଙ୍କ ଜୀବନି ଉପରେ ନିର୍ମିତ ସିନେମା ପ୍ରଦର୍ଶିତ କରାଯାଇଥିଲା ।

jay balangir
Leave A Reply

Your email address will not be published.

3 × five =

error: Content is protected !!