csstore

ଗାୟତ୍ରୀ ପରିବାର ତରଫରୁ ଓଁକାରେଶ୍ୱର ମନ୍ଦିର ପରିସରରେ ବୃକ୍ଷ ରୋପଣ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ରମ୍ଭା ଏନଏସି ୨ ନମ୍ବର ୱାର୍ଡସ୍ଥିତ ବାବା ଓଁକାରେଶ୍ୱର ଶୈବପୀଠ ପରିସରରେ ଗାୟତ୍ରୀ ପରିବାର ବିଶ୍ୱ ମଙ୍ଗଳ ଗୋ କଲ୍ୟାଣ ସମିତି, ପତଞ୍ଜଳି ଯୋଗ ସମିତି, ସମ୍ବାଦ ସାହିତ୍ୟ ଘର ରମ୍ଭା ଏନଏସି ଓ ବନ୍ୟପ୍ରାଣୀ ବନାଞ୍ଚଳ ରମ୍ଭାର ମିଳିତ ସହଯୋଗରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରକୃତି ଓ ପରିବେଶର ସୁରକ୍ଷା ତଥା ଏକ ସବୁଜମୟ ପରିବେଶରେ ପ୍ରାକୃତିକ ଅମ୍ଳଜାନ ଗ୍ରହଣ କରି ନିଜକୁ ବିଭିନ୍ନ ଦୁରାରୋଗରୁ ଦୂରେଇ ରଖିବା ପାଇଁ ବୃକ୍ଷ ରୋପଣ କରାଯାଇଥିଲା । ରମ୍ଭା ସହରର ନିକଟବର୍ତ୍ତୀ ଜାତୀୟ ରାଜପଥ ପାର୍ଶ୍ଵସ୍ଥ ଏହି ମନ୍ଦିର ପରିସରସରେ ଆୟୋଜିତ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରମ୍ଭା ବନ୍ୟପ୍ରାଣୀ ବନାଞ୍ଚଳ ଅଧିକାରୀଣୀ ରଶ୍ମିତା ଜେନା, ସମ୍ମାନିତ ଅତିଥି ଭାବେ ରମ୍ଭା ଏନଏସିର ପ୍ରାକ୍ତନ ନଗରପାଳ ସୁବାସ ଚନ୍ଦ୍ର ପଣ୍ଡା, ପ୍ରାକ୍ତନ ନଗରପାଳ ବିଜୟ କୁମାର ବିଶ୍ୱାଳ, ରମ୍ଭା ହାଇସ୍କୁଲର ପ୍ରାକ୍ତନ ପ୍ରଧାନ ଶିକ୍ଷକ ବାଳକୃଷ୍ଣ ମହାରଣା, ପତଞ୍ଜଳି ଯୋଗଗୁରୁ ରବୀନ୍ଦ୍ର ବେହେରା, ମୁଖ୍ୟ ବକ୍ତା ଭାବେ ରାଜ୍ୟ ପୁରସ୍କାର ପ୍ରାପ୍ତ ସୁବଳୟା ଗୋପାଲକୃଷ୍ଣ ହାଇସ୍କୁଲର ପ୍ରାକ୍ତନ ପ୍ରଧାନ ଶିକ୍ଷକ ବିଜୟ କୁମାର ବିଶ୍ୱାଳ ଯୋଗଦେଇ କରୋନା କାଳରେ ବୃକ୍ଷ ରୋପଣ ପାଇଁ ସାମାଜିକ ଅନୁଷ୍ଠାନ ଗୁଡିକ ତରଫରୁ ନିଆଯାଉଥିବା ପଦକ୍ଷେପକୁ ପ୍ରଶଂସା କରିବା ସହ ବୃକ୍ଷ ପ୍ରେମୀଙ୍କୁ ଉତ୍ସାହିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଗାୟତ୍ରୀ ପରିବାର ବିଶ୍ୱ ମଙ୍ଗଳ ଗୋ କଲ୍ୟାଣ ସମିତିର ମୁଖ୍ୟ ସଂଯୋଜକ ପ୍ରକୃତି ପ୍ରେମୀ ପଞ୍ଚାନନ ଖଟୁଆ, ରମ୍ଭା ସାହିତ୍ୟ ଘର ସମ୍ପାଦକ ପ୍ରକୃତିବନ୍ଧୁ ଶିକ୍ଷକ ଶେଷଦେବ ବେହେରା, ପତଞ୍ଜଳି ଯୋଗ ସମିତି ପକ୍ଷରୁ ଆଡ଼ଭୋକେଟ ରାଜେଶ ମହାରଣା, ମହେଶ୍ୱର ବେହେରା, ଏମ୍. ଅକ୍ଷୟ ସୁବୁଦ୍ଧି, ଶିକ୍ଷକ ମହାଦେବ ମଲ୍ଲିକ, ଶିକ୍ଷକ ନିରଞ୍ଜନ ବେହେରା, ଶିକ୍ଷକ ତ୍ରିନାଥ ବେହେରା, ରାଘବ ବେହେରା ଲମ୍ବୋଦର ମହାନ୍ତି ଓ ବନ୍ୟପ୍ରାଣୀ ବନାଞ୍ଚଳ କର୍ମଚାରୀ ଚିନ୍ତାମଣି ବେହେରା ଯୋଗଦେଇ ମନ୍ଦିର ଚତୁଃପାଶ୍ୱର୍ରେ ବେଲ, ଅଁଳା, ପିଜୁଳି, କାଞ୍ଚନ, ଲେମ୍ବୁ, ପିସ୍ତାବାଦାମ, ଶ୍ୱେତ ଅରଖ, ଆକାଶିଆ, ଡାଳିମ୍ବ ଆଦି ଚାରାମାନ ରୋପଣ କରିଥିଲେ ।

jayashree
Leave A Reply

Your email address will not be published.