csstore

ଆଜାଦି କା ଅମୃତ ମହୋତ୍ସବ ଅବସରରେ ବୃକ୍ଷ ରୋପଣ

ମ.ରାମପୁର, (ହେମନ୍ତ ସାହୁ) : ଆଜାଦି କା ଅମୃତ ମହୋତ୍ସବ ଅବସରରେ କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ୍ ଅନ୍ତର୍ଗତ ମୋହନଗିରି ଓ ସିଂହପୁର ପଞ୍ଚାୟତ ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶାର ଅନ୍ୟତମ ପ୍ରାଚୀନ ଶୈବ ପୀଠ ଧବଳେଶ୍ଵର ଶିବ ମନ୍ଦିର ଓ ଧବଳେଶ୍ଵର ଡିଗ୍ରୀ ମହାବିଦ୍ୟାଳୟ, ମୋହନଗିରି (ସିଂହପୁର)ଠାରେ ମୋହନଗିରି ସରପଞ୍ଚ ସୁରେନ୍ଦ୍ର ଧରୁଆ, ସମିତି ସଭ୍ୟ ଗୋକୁଳାନନ୍ଦ ବିଶ୍ଵାଳ ଏବଂ ସିଂହପୁର ସରପଞ୍ଚ ଉଛବ ପଧାନଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପ୍ରକୃତିବନ୍ଧୁ ତଥା ବନ ସୁରକ୍ଷା ସମିତି ସଭାପତି ଶୁକ ଦେବ ସାହୁ ଯୋଗ ଦେଇଥିବା ବେଳେ ମୋହନଗିରି ବନପାଳ ଯଶୋବନ୍ତ ପାତ୍ର ଓ ବନରକ୍ଷୀ ଗୋପୀନାଥ ନାୟକଙ୍କ ସମେତ ଅନ୍ୟାନ୍ୟ ବନ କର୍ମଚାରୀମାନେ ଉପସ୍ଥିତ ଥିଲେ । ଉଭୟ ସ୍ଥାନରେ ବୃକ୍ଷ ରୋପଣ କରାଯାଇଥିଲା ।

jayashree
Leave A Reply

Your email address will not be published.